ନୂଆଦିଲ୍ଲୀ– ପ୍ୟାରିସ ଅଲମ୍ପିକରେ ନିଜର ଚମତ୍କାର ପ୍ରଦର୍ଶନ ପରେ ଭିନେଶ ଫୋଗାଟ ଶନିବାର ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ଏୟାରପୋର୍ଟରେ ପହଂଚିବା ମାତ୍ରେ ହିଁ ଭିନେଶ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ପ୍ୟାରିସ ଅଲମ୍ପିକ 2024ରେ ତାଙ୍କ ଚମତ୍କାର ପ୍ରଦର୍ଶନ ପରେ ଏୟାରପୋର୍ଟରେ ତାଙ୍କର ଐତିହାସିକ ସ୍ୱାଗତ କରାଯାଇଛି । କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ବହୁ ଉଲ୍ଲେଖନୀୟ ଲୋକ ଭିନେଶଙ୍କ ସ୍ୱାଗତ ପାଇଁ ଏୟାରପୋର୍ଟରେ ଉପସ୍ଥିତ ଥିଲେ । ପ୍ରଶଂସକମାନେ ନାଚି ନାଚି 29 ବର୍ଷୀୟ ଶୀର୍ଷ କୁସ୍ତିଯୋଦ୍ଧାଙ୍କ ସ୍ୱାଗତ କରିଥିଲେ । ସକାଳୁ ଫୋଗାଟଙ୍କ ପରିବାର, ବନ୍ଧୁ , ସଂପର୍କୀୟ ଓ ପ୍ରଶଂସକମାନେ ଫୋଗାଟଙ୍କ ସ୍ୱାଗତ କରିବା ପାଇଁ ଏୟାରପୋର୍ଟ ବାହାରେ ଅପେକ୍ଷା କରିଥିଲେ ।