ନୂଆଦିଲ୍ଲୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶୁକ୍ରବାର ଖବର କାଗଜରେ କୋଚିଂ ସେଂଟରର ବିଜ୍ଞାପନର ଅତିଶୟକୁ ଇସାରା କରି ଯୁବକଙ୍କୁ କହିଛନ୍ତି ଯେ, ସିଭିଲ ସର୍ଭିସର ଆକର୍ଷକ ଚାକିରିର ଚକ୍ରବ୍ୟୁହରୁ ବାହାରିବାର ସମୟ ଆସିଯାଇଛି ।
ଉପରାଷ୍ଟ୍ରପତି ଆଜି ଦିଲ୍ଲୀର ଜାତୀୟ ବିଧି ବିଶ୍ୱବିଦ୍ୟାଳୟରେ ବୌଦ୍ଧିକ ସଂପଦା ଆଇନ ଓ ପ୍ରବନ୍ଧନରେ ମିଳିତ ପରାସ୍ନାତନ/ଏଲଏଲଏମ ଡିଗ୍ରୀର ପ୍ରଥମ ବ୍ୟରଚକୁ ସଂବୋଧିତ କରି କହିଛନ୍ତି ଯେ, ଖବରକାଗଜରେ କୋଚିଂ ସେଂଟରର ବିଜ୍ଞାପନରେ ସାଧାରଣ ଭାବେ କିଛି ବଛାବଛା ସଫଳ ଚେହେରାକୁ କିଛି ସଂସ୍ଥା ପକ୍ଷରୁ ବ୍ୟବହାର କରାଯାଉଛି । ଧନଖର ଦୁଃଖ ପ୍ରକାଶ କରିଛନ୍ତି ଯେ ଏହି ବିଜ୍ଞାପନଗୁଡିକର ପ୍ରତ୍ୟେକ ପଇସା ସେହି ଯୁବକ ମାନଙ୍କଠାରୁ ଆସିଥାଏ ଯେଉଁମାନେ ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। ସିଭିଲ ସର୍ଭିସ ଚାକିରିର ସଂକୀର୍ଣ୍ଣତାରୁ ମୁକ୍ତି ପାଇବାକୁ ଓକିଲାତି କରି ଧନଖଡ଼ ଯୁବକମାନଙ୍କୁ ପାରମ୍ପାରିକ କ୍ୟାରିୟର ପଥରୁ ବାହାରେ ଦେଖିବା ଏବଂ ଅଧିକ ଆକର୍ଷଣୀୟ ତଥା ପ୍ରଭାବଶାଳୀ ବୃତ୍ତି ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ। ଅନ୍ୟ କ୍ଷେତ୍ରରେ ମଧ୍ୟ ସୁଯୋଗ ଖୋଜିବାକୁ ସେ ଯୁବକମାନଙ୍କୁ କହିଥିଲେ।