
ଭୁବନେଶ୍ୱର– କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ମେଲ୍ ଯୋଗେ ଏଆଇସିସିକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। କଂଗ୍ରେସରୁ ଇସ୍ତଫା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୟ କହିଛନ୍ତି ଦଳରେ ମୋର କୌଣସି ପ୍ରେଷ୍ଟିଜ ନାହିଁ । ମୁଁ ଦେଖିଲି ଦଳରେ ମୋର କିଛି ପ୍ରେଷ୍ଟିଜ ନାହିଁ, ସ୍ଥାନ ନାହିଁ। ମୁଁ ଅନୁଭବ କଲି ଦଳ ପାଇଁ ମୁଁ କିଛି ୟୁଜ୍ ଫୁଲ୍ ହେଉନି। ଅନ୍ୟ ଦଳକୁ ଯିବାର ନାହିଁ, ଲୋକଙ୍କ ପାଖକୁ ଯିବି। ଲୋକଙ୍କ ସେବା କରିବାର ଅଛି ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।