ନୂଆଦିଲ୍ଲୀ– ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଶୁକ୍ରବାର ଦିଲ୍ଲୀର ମଣ୍ଡି ହାଉସରୁ ଜନ୍ତରମନ୍ତର ଯାଏ ବାହାରିଛି । ଏଥିରେ ବହୁସଂଖ୍ୟାରେ ମହିଳାମାନେ ଭାଗ ନେଇଥିଲେ ଏବଂ ମୁହଁରେ କଳାପଟି ବାନ୍ଧି ମୌନ ପ୍ରଦର୍ଶନ କରିଛନ୍ତି । ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ବିଶାଳ ରାଲିରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ସାମିଲ ହୋଇଥିଲେ । ରାଲିରେ ସାମିଲ ହୋଇଥିବା ଲୋକମାନେ ମହିଳାମାନେ ହାତରେ ଭଗୱା ପତାକା ଓ ପ୍ଲାକାର୍ଡ ଧରିଥିଲେ । ବାଂଲାଦେଶରେ ହିନ୍ଦୁ ଓ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ବନ୍ଦ ହେବା ଉଚିବ ବୋଲି ଏଥିରେ ସ୍ଲୋଗାନ ଲେଖାଯାଇଥିଲା ।
Related Stories
October 6, 2024