ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ନୂଆ ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ-08କୁ ଆଜି ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ ଉପଗ୍ରହ ପ୍ରକ୍ଷେପଣ ଯାନ (ଏସଏସଏଲଭି) ଡି-3 ଦ୍ୱାରା ଲଂଚ କରିବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦି ଏକ୍ସରେ ଲେଖିଛନ୍ତି ଯେ, ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଅଟେ । ଏହି ଉପଲବ୍ଧି ପାଇଁ ଆମର ବୈଜ୍ଞାନିକ ଓ ଉଦ୍ୟୋଗ ଜଗତକୁ ଶୁଭେଚ୍ଛା । ଏହା ବହୁତ ଖୁସିର କଥା ଯେ, ଭାରତ ନିକଟରେ ଏବେ ଏକ ଲଞ୍ଚ ଭେହିକିଲ ଅଛି । ଏସଏସଏଲଭି ମହାକାଶ ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ଏବଂ ଘରୋଇ ଶିଳ୍ପକୁ ବି ପ୍ରୋତ୍ସାହିତ କରିବ । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ, ଭାରତୀୟ ଜାତୀୟ ମହାକାଶ ସଂବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର, ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ ଓ ପୂରା ମହାକାଶ ଉଦ୍ୟୋଗକୁ ମୋର ଶୁଭକାମନା ।