ଭୁବନେଶ୍ୱର- ଓଡିଶାର ମାଇକେଲ୍ ଦେବେନ୍ଦ୍ର ପାତ୍ରଙ୍କୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଏନେଇ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ପାତ୍ର ଏହି ପଦବୀରେ ୩ ବର୍ଷ ଲାଗି ରହିବେ । ନୂତନ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତବର୍ଷ ଜୁଲାଇ ୨୩ରେ ଡେପୁଟି ଗଭର୍ଣ୍ଣର ପଦରୁ ବିରଳ ଆଚାର୍ଯ୍ୟ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା । ଏବେ ଶ୍ରୀ ପାତ୍ର ଏହି ପଦରେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ । ତାଙ୍କ ପାଖରେ ମନିଟାରୀ ପଲିସି ବିଭାଗ ରହିବ । ପୂର୍ବରୁ ଶ୍ରୀ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରୁଥିଲେ । ସେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ପାଇଁ ନିଆ ଯାଉଥିବା ନିଷ୍ପତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଶ୍ରୀ ପାତ୍ର ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚଡି କରିଥିଲେ । ଅକ୍ଟୋବର ୨୦୦୫ରେ ସେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନ·ର୍ଜ ଭାବେ କାର୍ଯ୍ୟ କରିଥିଲେ । ସେ ଆରବିଆଇରେ ୧୯୮୫ ମସିହାରୁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଫାଇନାନ୍ସିଆଲ ଷ୍ଟାବିଲିଟି ଉପରେ ସେ ହାର୍ବଡ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ କରିଛନ୍ତି ।
ଏହା ପୂର୍ବରୁ ଓଡ଼ିଆପୁଅ ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।