ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ୍ର ଆଜିର ବୈଠକରେ ଜାତିଗଣନା ଦାବି ନେଇ ହୋଇଥିବା ନିଷ୍ପତି ସମାଜବାଦୀ ପାର୍ଟି ଓଡ଼ିଶା ୨୦୧୧ ମସିହାରେ ଜାତୀୟ ଗଣନା ସମୟରେ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ମୁଲାୟମ ସିଂହ ଏହି ଦାବିକୁ ସଂସଦରେ ଉପସ୍ଥାପିତ କରିଥିଲେ । ଅତୀତରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ସମ୍ବିଧାନର ଧାରା ୧୬ (୪) ଅନୁଯାୟୀ ରାଜ୍ୟରେ ପଛୁଆବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦାବିକରି ବହୁବାର ଦାବି କରିଆସିଛି । ବିଳମ୍ବରେ ହେଉ ପଛେ ରାଜ୍ୟ କ୍ୟାବିନେଟ୍ ପଛୁଆବର୍ଗ ଜନଗଣନା ଦାବି କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଫଳରେ ଆଗାମୀ ଦିନ ରାଜ୍ୟର ପଛୁଆବର୍ଗ ଜନସାଧାରଣ ଉପକୃତ ହେବେ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।
Related Stories
November 24, 2024
November 24, 2024