ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନିଜେ ଶୁଣିବେ ଅଭିଯୋଗକାରୀଙ୍କ ଫିଡ୍ ବ୍ୟାକ୍ । ମୋ ସରକାର ପୋର୍ଟାଲରେ ପଂଜୀକୃତ ହୋଇଥିବା ନମ୍ବର ମଧ୍ୟର ୧୦ଟିରେ କଲ୍ କରି ମୁଖ୍ୟମନ୍ତ୍ରୀ ଥାନାରେ ପୋଲିସ୍ ଅଧିକାରୀଙ୍କର ସେମାନଙ୍କ ପ୍ରତି ବ୍ୟବହାର ଓ ସେବା ସମ୍ପର୍କରେ ଶୁଣିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ରାଜ୍ୟର ୬୩୫ ଥାନାର ଥାନା ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।
ପ୍ରଥମେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ମୋ ସରକାର ପୋର୍ଟାଲରେ ପଂଜୀକରଣ କରାଯିବ । ପଂଜୀକରଣ ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ଏସଏମଏସ୍ ଯିବ । ୧୦ ଟି ନମ୍ବରକୁ ର୍ୟାଣ୍ଡମ ସିଲେକସନ୍ କରି ଅଭିଯୋଗକାରୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଫୋନ୍ କରି କଥାହେବେ । ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ନଥିଲେ ଆତ୍ମୀୟ ମାନଙ୍କ ନମ୍ବର ଦେଇପାରିବେ ।