ଭୁବନେଶ୍ୱର, ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣା । ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ସ୍ୱାସ୍ଥ୍ୟ ସଚିବ ଶାଲୀନ ପଣ୍ଡିତ କହିଛନ୍ତି ଯେ, ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଁଚି ଯାଇଥିଲା । ଅବସ୍ଥା ଅନୁସାରେ କଟକ, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ଆଇସିୟୁରେ ଆହତଙ୍କ ଯତ୍ନ ନେଉଛନ୍ତି ଡାକ୍ତର ଟିମ । ସେମାନଙ୍କ ଜୀବନ ରକ୍ଷା କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି । ପ୍ରଥମ 48 ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛୁ । କିଛି ଆହତଙ୍କ ଅବସ୍ଥା ଗମ୍ଭୀର ନୁହେଁ, ସେମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି । ସମ ଅଲଟିମେଟ ଆଇସିୟୁରେ 3 ଜଣ ଚିକିତ୍ସିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଁଚି ଆହତ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
Related Stories
November 22, 2024