ନୂଆଦିଲ୍ଲୀ, ଆମ ଆଦମୀ ପାର୍ଟିର ସାଂସଦ ସ୍ୱାତୀ ମାଲିଭାଲଙ୍କ ମାମଲାରେ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାରଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିଛି । ଏଫଆଇଆରରେ ସ୍ୱାତୀ ନିଜ ଉପରେ ଘଟଣା ସଂପର୍କରେ କହିଛନ୍ତି । ତାଙ୍କୁ ଚାପୁଡା ମରାଯିବା, ସହ ଟଣାଓଟରା କରାଯାଇଥିଲା । ଏହାସହିତ ତାଙ୍କୁ କୁହାଯାଇଥିଲା, ତୁ ଆମ କଥା କିଭଳି ମାନିବୁନାହିଁ… ତୋର ଔକାତ କଣ ?
ସ୍ୱାତୀ ମାଲିଭାଲ କହିଛନ୍ତି ଯେ, ମେ 13 ସକାଳ 9ଟାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାର ତାଙ୍କ ସହ ମାରପିଟ କରିଥିଲେ