
ଭଞ୍ଜନଗର – ଭଞ୍ଜନଗର ନିକଟ ମୁଜାଗଡ଼ ଗ୍ରାମର ସରୋଜ କୁମାର ସାହୁ(୨୮) ଆଜି ସକାଳେ ପୋଖରୀ କୁ ଗାଧେଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ବହୁ ସମୟ ପର୍ଯ୍ୟନ୍ତ ସରୋଜ ଘରକୁ ନ ଫେରିବାରୁ ଘର ଲୋକେ ତାକୁ ଚାରିଆଡେ ଖୋଜୁଥିବା ବେଳେ ପୋଖରୀ ହୁଡ଼ାରେ ତାର ସାର୍ଟ ଓ ପ୍ୟାଣ୍ଟ ଥିବା ଦେଖି ପୋଖରୀ ଭିତରେ ଖୋଜିବାରୁ ତାର ମୃତଦେହ ମିଳିଥିଲା। ପୋଲିସ ଶବ କୁ ବ୍ୟବଚ୍ଛେଦ ପାଇଁ ପଠେଇ ତଦନ୍ତ ଚଳେଇଥିବା ଜଣାପଡ଼ିଛି।