
ସାନଖେମୁଣ୍ଡି: ନିଖିଳ ଉକ୍ତଳ ପାଚକ ପାଚିକା ମହାସଂଘ ସାନଖେମୁଣ୍ଡି ତରଫରୁ ଆସନ୍ତା ୧୯ ତାରିଖରେ ଏକ ସମାବେଶର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପଳାଶପୁର ସ୍ଥିତ ଶ୍ରୀ ବୁଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଅଛି। ସାନଖେମୁଣ୍ଡି ପାଚକ ପାଚିକା ସଙ୍ଘ ସଭାନେତ୍ରୀ ଶ୍ରୀମତୀ ନର୍ମଦା ସାହୁଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକ ମହାସଂଘ ରାଜ୍ୟ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ସଦସ୍ୟ ମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ସହିତ ସାନଖେମୁଣ୍ଡି ଅଞ୍ଚଳର ବିକାଶରେ ଭାଗିଦାରୀ ରହିବାକୁ ସଦସ୍ୟାଙ୍କୁ ଅନୁପ୍ରାଣିତ କରିଥିଲେ। ନବଗଠିତ ସଙ୍ଘ ସଦସ୍ୟ ଓ ସଦସ୍ୟାଙ୍କୁ ଏକତ୍ରିତ କରି ଆସନ୍ତା ୧୯ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ସମାବେଶକୁ ସଫଳ କରାଇବାର ଦିଗଦର୍ଶନ ଦେଇଥିଲେ। ସଙ୍ଘର ଥିବା ସର୍ବନିମ୍ନ ଅଧିକାରୀ ତଥା ସଦସ୍ୟ ଓ ସଦସ୍ୟାଙ୍କ ଆନ୍ତରିକ ଆଭିମୁଖ୍ୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣି ରହି ଆସିଥିବା ସମସ୍ୟାର ସମାଧାନର ପନ୍ଥାକୁ ଆପଣାଇବାକୁ ପରାମର୍ଶ ପ୍ରଦାନ କରିଥିଲେ। ଏଥି ସହିତ ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରାମର୍ଶ ପାଇଁ ଦିଗଦର୍ଶନ ଦେଇଥିଲେ। ସଙ୍ଘର ୭ଦଫା ଦାବି ଯଥା ଦୈନିକ ସର୍ବନିମ୍ନ ମଜୁରୀ ପ୍ରଦାନ, ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା, ଜୀବନ ବୀମା ଭୁକ୍ତ କରାଇବା, ବକେୟା ଦରମା ପ୍ରଦାନ ବିଷୟରେ ଆଲୋଚନା କରାଯାଇ ଦାବି ହାସଲ ପାଇଁ ଭୁବନେଶ୍ବର ସଙ୍ଘ ସଂଲଗ୍ନ ରହୁ କାର୍ଯ୍ୟ କରାଯିବାକୁ ନିଷ୍ପତି ନିଆଗଲା। ବ୍ଲକ କମିଟି ସଦସ୍ୟା ସାବିତ୍ରୀ ମହାରଣା, ରୁନୁ କୁମାରୀ ସାହୁ, ଲଷ୍ମୀ ପ୍ରଧାନ, ଶୈଳ ପ୍ରଧାନ, ଗାୟତ୍ରୀ ମହାରଣା, କେଶରୀ ସ୍ୱାଇଁ, ସଜନୀ ମହାନ୍ତି ପ୍ରମୁଖ ବହୁ ସଦସ୍ୟା ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO