
ସାନଖେମୁଣ୍ଡି: ବ୍ଲକ ଶିକ୍ଷାଧିକାରୀ ସାନଖେମୁଣ୍ଡି ଅଧିନ ଗୌତମି କ୍ଳଷ୍ଟରେ ଅନ୍ତର୍ଗତ ଗୁଣସାଗର-ହଂସରାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକାଦଶ ତମ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ନିୟନ୍ତ୍ରିତ ଅତିଥି ବୃନ୍ଦ, ସ୍କୁଲ ପରିଚାଳନା କମିଟି, ଗ୍ରାମ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ବିଦ୍ୟାଳୟ ଶିକ୍ଷାର୍ଥୀ ମଣ୍ଡଳୀଙ୍କ ସମାବେଶରେ ଅୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବିଶିଷ୍ଟ ସାମ୍ବାଦିକ ସୁଶୀଲ କୁମାର ପ୍ରଧାନ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ଼: କୈଳାଶ ଚନ୍ଦ୍ର ସ୍ବାଇଁ, ତହସିଲଦାର ସାନଖେମୁଣ୍ଡି ଶ୍ରୀ ଅମିତ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମୁକୁଳ ଚନ୍ଦ୍ର ପାଢ଼ୀ, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପାଣୁ ଚରଣ ସାହୁ, କ୍ଳଷ୍ଟର ସଂଯୋଜକ ଶ୍ରୀ ଜଗବନ୍ଧୁ ଭୂୟାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସଂଗଠକ ତଥା ବ୍ଲକ ଉପାଧକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ବାଇଁଙ୍କ ତତ୍ୱାବଧାନରେ ଅୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ କମିଟି ସଭାପତି ଶ୍ରୀ କିଶୋର ଚନ୍ଦ୍ର ଦଳେଇ ପୌରହିତ କରି ସମସ୍ତ ଅତିଥିଙ୍କୁ ଗହଣରେ ଶ୍ରୀ ଜଗନ୍ନାଥ ପ୍ରତିମାରେ ଧୂପଦୀପ ପ୍ରଦାନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସହ ସମ୍ପାଦକଙ୍କ ବିବରଣୀ ପଠନ ପରେ ଉଦଘାଟନ, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତାଙ୍କ ସହ ବରେଶ୍ୟ ଅତିଥି ବୃନ୍ଦ ନିଜନିଜ ବକ୍ତବ୍ୟରେ ସାମ୍ପ୍ରତିକ ଶିକ୍ଷାପ୍ରାଣାଳୀ ଓ ଦିଗତ ଦିନର ଶିକ୍ଷା ପ୍ରଣାଳୀରେ ଥିବା ସଂସ୍କାର ଗତ ପାର୍ଥକ୍ୟକୁ ଉପସ୍ଥିତ ଛାତ୍ର ସମାଜ ଓ ଅଭିଭାବକଙ୍କୁ ଅନୁପ୍ରାଣିତ ଢଙ୍ଗରେ ଉପସ୍ଥାପିତ କରିଥିଲେ। ଦଣ୍ଡମୁକ୍ତ ଅଣ୍ଡାଭୁକ୍ତ ଶିକ୍ଷାପ୍ରାଣାଳୀ ସହ ଦିଗତ ଦିନର ଦଣ୍ଡଯୁକ୍ତ ଅଣ୍ଡାମୁକ୍ତ ଶିକ୍ଷାଧାରରେ ବାସ୍ତବତା ସମ୍ପର୍କରେ ଅବଲୋକନ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ମନୋନୀତ ଯୋଗ୍ୟ ପ୍ରତିଯୋଗୀଙ୍କୁ ମାନପତ୍ର ଓ ସିଲଡ଼ ପ୍ରଦାନ କରାଯିବା ସହ ଅତିଥି ମାନଙ୍କ ଗ୍ରହଣରେ ବିଦ୍ୟାଳୟର ମୁଖ୍ୟପତ୍ର “ଶାଶ୍ୱତ” ପତ୍ରିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ନିକଟରେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ଉଗନୌକନ ପ୍ରଦାନ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ବ୍ୟକ୍ତିତ୍ୱ ନରସିଂହ ଜେନା, କମ୍ବୁ ଚରଣ ପଟ୍ଟନାୟକ ପ୍ରମୁଖଙ୍କ ସହ ଉକ୍ତଳ ମଣି ସାଂସ୍କୃତିକ ପରିଷଦ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ କୋରା ମହାରଣା, ଶିକ୍ଷକ ପ୍ରଶାନ୍ତ କୁମାର ବିଷୋୟୀ, ପି. ନାରସୁ, ଜ୍ୟୋତିଷ ରଞ୍ଜନ ପାଣିଗ୍ରାହୀ, ଦିଲିପ ବିଷୋୟୀ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO