
ବଲାଙ୍ଗିର- ବଲାଙ୍ଗିର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡ଼ା ଠାରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆଜି ଠାରୁ ପାରମ୍ପରିକ ରୀତିନୀତି ମୁତାବକ ଆରମ୍ଭ ହୋଇଛି  । କଟକଣା ସତ୍ୱେ ପଶୁ ବଳିରେ ରକ୍ତ ରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା  । ଦେଓଗାଁ ଖଇରଗୁଡ଼ାର ବଡ଼ଖଳା ଓ ସାନଖଳାରେ ବଳି ପଡିଛି  ।
 
ନିୟମ ଅନୁସାରେ, ପ୍ରଥମେ ପାଟ ବୋଦାକୁ ପୂଜାର୍ଚ୍ଚନ କରି ବଳି ପକାଯାଇଥିଲା  । ଏହା ପରେ ଶହ ଶହ ସଂଖ୍ୟାରେ ମାନସିକଧାରୀ ନିଜେ ଆଣିଥିବା ପଶୁପକ୍ଷୀଙ୍କୁ ବଳି ପକାଇଥିଲେ  । ଚଳିତ ବର୍ଷ ଏହି ଯାତ୍ରା ତିନି ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ  ।