କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସନ୍ଥକବି ବଳରାମ ଦାସ କୃତ ଲକ୍ଷ୍ମୀ ପୁରାଣ : ସମତା, ନାରୀ ସଶକ୍ତିକରଣ ଏବଂ ସମାଧାନର ବ୍ୟାଖ୍ୟା’’ ଶୀର୍ଷକ ତ୍ରିଦିବସୀୟ ଆନ୍ତର୍ଜାତୀୟ ଆଲୋଚନାଚକ୍ର ପରିସରର ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟଳୟ ପୁରୀର ପ୍ରାକ୍ତନ କୁଳପତି ପ୍ରଫେସର ନୀଳକଣ୍ଠ ପତି ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର, ବାରଣାସୀର ପ୍ରାକ୍ତନ କୁଳପତି ପ୍ରଫେସର ଅଭିରାଜ ରାଜେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ ଏବଂ ସାରସ୍ୱତ ଅତିଥି ଭାବେ କେନ୍ଦ୍ରୀୟ ସଂସ୍କ୍ୟୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଏ.ପି.ସଚ୍ଚିଦାନନ୍ଦ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା, ପଞ୍ଜାବ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗାଧ୍ୟକ୍ଷ ପ୍ରଫେସର ବେଦପ୍ରକାଶ ଉପାଧ୍ୟାୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ବନମାଳି ବିଶ୍ୱାଳ , ନେତାଜୀ ସୁଭାଷ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡା ଓ ବିଶିଷ୍ଟ ସମାଜସେବୀ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ଲକ୍ଷ୍ମୀ ତତ୍ତ୍ୱ ଓ ବଳାରାମ ଦାସକୃତ ଲକ୍ଷ୍ମୀପୁରାଣର ସାମାଜିକ ଆବେଦନ ସମ୍ପର୍କରେ ଚର୍ଚ୍ଚା କରିଥିଲେ।
ସୂଚନା ଅନୁସାରେ ଏହି ତ୍ରୈଦିବସୀୟ ଆନ୍ତର୍ଜାତୀୟ ଆଲୋଚନା ଚକ୍ରରେ ପ୍ରତ୍ୟେକ ଦିନ ସମାନ୍ତରାଳ ଭାବେ ସମୁଦାୟ ୬ଟି ଶୈକ୍ଷିକ ଅଧିବେଶନ ଏବଂ ୧୨ ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ୧୨ଟି ବୈଷୟିକ ଅଧିବେଶନରରେ ପାଖାପାଖି ଶତାଧିକ ପତ୍ର ବିଷୟ ବିଶେଷଜ୍ଞ, ଏବଂ ଗେବଷକ ଗେବେଷିକାଙ୍କ ଜରିଆରେ ଉପସ୍ଥାପିତ ହୋଇଥିଲା । ୧୮ ତାରିଖ ଦିନ ଲକ୍ଷ୍ମୀ ପୁରାଣ ଏବଂ ଏହାର ସମସାମୟିକ ପ୍ରାସଙ୍ଗିକତାର ଏକ ପରିଚୟ ଶୀର୍ଷକ ଶୈଖିକ ଅଧିବେଶନରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ହରେକୃଷ୍ଣ ଶତପଥି ମୁଖ୍ୟବକ୍ତା ଥିବାବେଳେ ସମ୍ମାନିତ ଅତିଥି ଥିଲେ ପ୍ରଫେସର ଫ୍ରଫୁଲ୍ଲ କୁମାର ମିଶ୍ର ଥିଲେ |ଆଲୋଚକ ଭାବେ ଥିଲେ ପ୍ରଫେସର ରମେଶ କୁମାର ପାଣ୍ଡେ, ପ୍ରଫେସର ରମେଶ ଚନ୍ଦ୍ର ପଣ୍ଡା |ଏହି ଅଧିବେଶନର ସଭାପତିତ୍ୱ କରିଥିଲେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି ଏବଂ ପ୍ର.ମୀନତି ରଥ ସଂଯୋଜନା କରିଥିଲେ। ପରେପରେ ଓଡ଼ିଶାର ସଂସ୍କୃତି, ସାହିତ୍ୟ ଏବଂ ସମାଜ ଉପରେ ଲକ୍ଷ୍ମୀପୁରାଣର ପ୍ରଭାବ ଶୀର୍ଷକ ଶୈଖିକ ଅଧିବେଶନକୁ ଚର୍ଚ୍ଚାର ପରିସରକୁ ଆଣିଥିଲେ ପ୍ର.ବାଚଷ୍ପତି ଶର୍ମା ତ୍ରିପାଠୀ, ପ୍ର.ସୁକାନ୍ତ କୁମାର ସେନାପତି, ପ୍ର.ବାଉରୀବନ୍ଧୁ ସାହୁ, ପ୍ର.ହରେକୃଷ୍ଣ ମହାପାତ୍ର, ପ୍ର.ଜୟକ୍ରିଷ୍ଣ ମିଶ୍ର । ୧୯ ତାରିଖ ଦିନ ହୋଇଥିବା ପ୍ରଥମ ଶୈଖିକ ଅଧିବେଶନର ଶୀର୍ଷକ ଥିଲା ଲକ୍ଷ୍ମୀପୁରାଣରେ ଜାତିବାଦ ଏହାର ଚର୍ଚ୍ଚା କରିଥିଲେ ପ୍ରଫେସର ଅଭିରାଜ ରାଜେନ୍ଦ୍ର ମିଶ୍ର,ପ୍ର.ଏ.ପି.ସଚ୍ଚିଦାନନ୍ଦ, ପ୍ର.ସନ୍ତୋଷ କୁମାର ତ୍ରିପାଠୀ, ପ୍ର.କିଶୋର ଚନ୍ଦ୍ର ପାଢୀ, ପ୍ର.ଖେଗେଶ୍ୱର ମିଶ୍ର । ଦ୍ୱିତୀୟ ଶୈଖିକ ଅଧିବେଶନରେ ଳକ୍ଷ୍ମୀ ପୁରାଣରେ ନାରୀ ସଶକ୍ତିକରଣ ଶୀର୍ଷକ ଚର୍ଚ୍ଚା ସତ୍ତ୍ରରେ ଆଲୋଚକ ଭାବେ ପ୍ର.ବିଷ୍ଣୁପ୍ରିୟା , ଡକ୍ଟର ୠତୁପର୍ଣ୍ଣା ମହାନ୍ତି, ପ୍ର.ମୀନତି ରଥ, ଡକ୍ଟର ହରପ୍ରିୟା ଦାଶ, ଡକ୍ଟର ପ୍ରଜ୍ଞାପ୍ରକାଶିନୀ ଦାସ କାନୁନ୍ଗୋ, ଡକ୍ଟର ଇନ୍ଦିରା ପଣ୍ଡା, ଡକ୍ଟର କଲ୍ୟାଣୀ ନନ୍ଦୀ ଏବଂ ପ୍ର.ଅନୁପମା ପୃଷ୍ଟି ପ୍ରମୁଖ ଥିଲେ। ତୃତୀୟ ଅଧିବେଶନର ନାମ ଥିଲା ଲକ୍ଷ୍ମୀ ପୁରାଣ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଏହାର ଚର୍ଚ୍ଚାକାର ଥିଲେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀ ସୁଧାଂଶୁ ଶେଖର ପଟ୍ଟନାୟକ, ଡ.ଭାସ୍କର ମିଶ୍ର, ଶ୍ରୀ ବିଶ୍ୱନାଥ ସମାନ୍ତରାୟ, ସୂର୍ଯ୍ୟନାରାୟଣ ସ୍ୱାଇଁ ମହାପାତ୍ର, ଶ୍ରୀ ପୂଣ୍ଣଚନ୍ଦ୍ର ଗୋଚ୍ଛିକାର, ଶ୍ରୀ ଲକ୍ଷ୍ମୀଧର ଖୁଣ୍ଟିଆ ଏବଂ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ପରେପରେ ଚତୁର୍ଥ ଅଧିବେଶନର ଶୀର୍ଷକ ଥିଲା ଲକ୍ଷ୍ମୀ ପୁରାଣ ଏବଂ ଆଦିବାସୀ ସଂସ୍କୃତି ଏହାର ଆଲୋଚକ ଥିଲେ । ଡ.ଶ୍ରୀନିବାସ ଆଚାର୍ଯ୍ୟ, ପ୍ର.ଗେଣେଶ ପ୍ରସାଦ ଦାଶ, ଡ.ନରେଶ ଚନ୍ଦ୍ର ଦାଶ, ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର, ପ୍ର.ପ୍ରଭାତ ରଞ୍ଜନ ମହାପାତ୍ର, ପ୍ର,.ସୂର୍ଯ୍ୟମଣି ରଥ ଏବଂ ଏହାକୁ ଡକ୍ଟର ମହେଶ କୁମାର ପାଣିଗ୍ରାହୀ ସଂଚାଳନ କରିଥିଲେ।
ଅନ୍ତିମ ଦିବସରେ ଅନୁଷ୍ଠିତ ହୋଇଥିବା ଶୈଖିକ ଅଧିବେଶନ ଶୀର୍ଷକ ଥିଲା ଲକ୍ଷ୍ମୀତତ୍ତ୍ୱ ଏବଂ ଭାରତୀୟ ଶକ୍ତି ପରମ୍ପରାରେ ଲକ୍ଷ୍ମୀପୁରାଣ ଏହାର ଆଲୋଚକ ଥିଲେ ପ୍ର.ଆଦିତ୍ୟ ଚରଣ ଧଳ, ପ୍ର. କମଳେଶ ମିଶ୍ର, ପ୍ର.ମାଧବ ଚନ୍ଦ୍ର ପଣ୍ଡା, ପ୍ର. ଲଳିତ କୁମାର ସାହୁ ଏବଂ ସଂଯୋଜନା କରିଥିଲେ ଡ. ଜ୍ୟୋତିପ୍ରକାଶ ନନ୍ଦ । ଦ୍ୱିତୀୟ ଅଧିବେଶନ ଥିଲା ସ୍ୱଚ୍ଛତାର ଧାରଣା ଯାହାର ଚର୍ଚ୍ଚାକାର ଥିଲେ ପ୍ର.ନଟବର ଶତପଥୀ, ପ୍ର.ବାବାଜୀ ଚରଣ ପଟ୍ଟନାୟକ, ପ୍ର.ଉଦୟନାଥ ଝା, ଡ.ନୃସିଂହ ଚରଣ ସାହୁ, ଶ୍ରୀ ବଦ୍ରୀନାଥ ମିଶ୍ର , ପ୍ରଫେସର ଗୌରପ୍ରିୟା ଦାଶ ଏବଂ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱନାଥ ମିଶ୍ର ସଂଯୋଜକ ଥିଲେ। ୧୨ ଟି ବୈଷୟିକ ଅଧିବେଶନରେ ବଳରାମ ଦାସ କୃତ ଲକ୍ଷ୍ମୀପୁରାଣ ଏବଂ ଲକ୍ଷ୍ମୀତତ୍ତ୍ୱର ଆଙ୍ଗିକ ଏବଂ ଆତ୍ମିକ ଦିଗ ଉପରେ ବିବିଧ ଆଲୋଚନା ହୋଇ ଆଲୋଚନା ଚକ୍ରକୁ ଋଦ୍ଧିମନ୍ତ କରିଥିଲା। ଏହି ଚାରୋଟି ବୈଷୟିକ ଅଧିବେଶନକୁ ସଂଚାଳନ କରିଥିଲେ ପରିସରର ଅଧ୍ୟାପକ ଡକ୍ଟର ଶକ୍ତି ପ୍ରସାଦ ଦ୍ୱିବେଦୀ, ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର, ଡକ୍ଟର ଅଙ୍କିତ ମିଶ୍ର ଏବଂ ଡକ୍ଟର ସୁବ୍ରତ କୁମାର ଷଡ଼ଙ୍ଗୀ । ଏହି ସମ୍ପୂର୍ଣ୍ଣ ଆନ୍ତର୍ଜାତୀୟ ଆଲୋଚନାଚକ୍ରକୁ ସଂଯୋଜକ ପ୍ରଫେସର ରମାକାନ୍ତ ମିଶ୍ର ଥିବା ବେଳେ ଡକ୍ଟର ସ୍ୱାଗତିକା ମହାନ୍ତି ସହ ସଂଯୋଜିକା ଥିଲେ ।
Related Stories
November 5, 2024