-
7ଟି ଟିକେଟ୍, 3ଟି ମୋବାଇଲ୍ ଓ ଲ୍ୟାପଟପ୍ ଜବତ
ବେଗୁସରାୟ, ମଧ୍ୟ-ପୂର୍ବ ରେଲୱେ ପକ୍ଷରୁ ବେଆଇନ ଟିକେଟ ବିରୁଦ୍ଧରେ ବଡଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରେଲୱେ ସୁରକ୍ଷା ବଳ ପକ୍ଷରୁ ତେଘଡା ଷ୍ଟେସନ ରୋଡ୍ ନିକଟରେ ଥିବା ଏକ ସାଇବର କାଫେରେ ରେଡ୍ କରାଯାଇଛି । ଚଢାଉ ସମୟରେ ଅନଲାଇନରେ ତତ୍କାଳ ଟିକେଟର କଳାବଜାରି କରୁଥିବା ଅଭିଯୋଗରେ ଆରପିଏଫ କାଫେର ମାଲିକକୁ ଗିରଫ କରିଛି । କାଫେର ମାଲିକ ରେଲୱେ ନିୟମ ବିରୁଦ୍ଧରେ ବେଆଇନ ଭାବେ ଅନଲାଇନରେ ତତ୍କାଳ ଟିକେଟ୍ କଳାବଜାରି କରୁଥିବାର ସୂଚନା ମିଳିଥିଲା ଆରପିଏଫକୁ । ଏହାପରେ ଆରପିଏଫ ପକ୍ଷରୁ ରେଡ୍ କରାଯାଇଥିବା ସୂଚନା ମିଳିଛି ।