କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀସ୍ଥିତ ତାଳବଣିଆ ଠାରେ ଅନୁଷ୍ଠିତ ହେଉଥିବା “ଦିବ୍ୟ ସମାଗମ” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ହଙ୍ଗେରୀ ଗୌଡିୟ ମଠ ରୁ ଆସିଥିବା ହରିଜନ ମହାରାଜ,ବୃଦାବନ ମଠର ଭକ୍ତିହୃଦୟ ମହାରାଜ,ମାୟାପୁର ମଠର ଭକ୍ତିସୁମନ ଗୋବିନ୍ଦ ମହାରାଜ, ବାଙ୍ଗଲାଦେଶ ମଠର ସୁନିତି ନନ୍ଦନ ଦାସ ,ତଥା ଗୋପୀନାଥ ଗୌଡିୟ ମଠ ର ବିବି ବୋଧୟାନ ମହାରାଜ ଆଦି ଯୋଗ ଦେଇଥିଲେ ।
ଉଦଯାପନ ସଂଧ୍ୟାରେ ସମସ୍ତ ମଠର ମଠାଧୀଶ ମାନେ ନିଜର ଅତୀତ ର ସ୍ମୃତି ମନ୍ଥନ କରି , କିଭଳି ନିଜ ନିଜ ଗୁରୁମାନଙ୍କର ବିଶେଷ ଶିକ୍ଷା ଓ ଅବଦାନ ଦ୍ବାରା ପ୍ରଭାବିତ ତଥା ପରିମାର୍ଜିତ ହୋଇ ଧର୍ମର ବିକାଶ ଦିଗରେ ଗତି କରିଛନ୍ତି ,ତା ବିଷୟରେ ଆଲୋକପାତ କରିଥିଲେ ।
ଜମ୍ମୁ ଗୌଡିୟ ମଠରୁ ଦିବ୍ୟ ସମାଗମ ରେ ଯୋଗଦେଇଥିବା ରାସ ବିହାରୀ ମହାରାଜ କହିଲେ, ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯେତେବେଳେ ଆସୁ, ସେତେବେଳେ ଆମ ମନ ଖୁସି ହେଇଯାଏ , କିନ୍ତୁ ଏଠାରୁ ବିଦାୟ ନେବାବେଳେ ମନ ଭାରି ହେଇଯାଏ । ଆଜି ମଧ୍ୟ ଯିବାବେଳେ ଠିକ୍ ସେହିଭଳି ଭାବେ ଦୁଃଖ ଲାଗୁଛି ।
ମାୟାପୁର ରୁ ଆସିଥିବା ଭକ୍ତିହୃଦୟ ମହାରାଜ ଚୈତନ୍ୟ ମହାପ୍ରଭୁଙ୍କ ଜୀବନ ଦର୍ଶନର ତିନୋଟି ସାରମର୍ମ ବିଷୟରେ ଉଲ୍ଲେଖ କରିଥିଲେ ।
ଢାକା ବଙ୍ଗଳାଦେଶ ର ମଠରୁ ଆସିଥିବା ସୁନିତି ନନ୍ଦନ ଦାସ କହିଥିଲେ, ପୁରୀ ଏକ ପବିତ୍ର ତୀର୍ଥ। ପ୍ରଭୁ ଜଗନ୍ନାଥଙ୍କ କୃପା କାରଣରୁ ଏଠାରେ ଶ୍ରୀଲ ଭକ୍ତି ପ୍ରମୋଦ ପୁରୀ ଗୋସ୍ଵାମୀ ଠାକୁର ଏବଂ ପ୍ରଭୁପଦ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ଠାକୁରଙ୍କ ଆଗମନ ହୋଇଥିଲା ।
ଶେଷ ସଂଧ୍ୟାରେ ପୁରୀ ଡ୍ୟାନସ ଏକାଡେମୀ ତରଫରୁ ନୃତ୍ୟ ପରିବେଷଣ ତଥା ଡଃ ହରେକୃଷ୍ଣ ହାଲଦାରଙ୍କ ତରଫରୁ ମୃଦଙ୍ଗ ବାଦନ ପରିବେଷଣ କରାଯାଇଥିଲା
Related Stories
November 23, 2024
November 23, 2024
November 23, 2024