ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରେ ଷ୍ଟାଡିୟମ୍ ର ସ୍ଥିତିକୁ ନେଇ ବିଧାନ ସଭାରେ ଉଦ୍ୱେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମଝି ।
ଆଜି ପ୍ରଶ୍ନକାଳରେ ଏ ସମ୍ପର୍କିତ ପ୍ରଶ୍ନର ଆଲୋଚନା ବେଳେ ମୋହନ ମାଝୀ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଥିବା କେନ୍ଦୁଝର ଷ୍ଟାଡିୟମର ଜମି ବିବାଦ କାରଣରୁ ଏହାର ସ୍ଥିତି ଦୟନୀୟ ହୋଇ ସାରିଛି । ଏହି ଷ୍ଟାଡିୟମର ଗେଟ୍ ଗୁଡ଼ିକ ଭାଙ୍ଗି ସାରିଛି ।ସେଠାରେ କୌଣସି ପ୍ରକାରର କାମ ହେଉ ନାହିଁ ।ଏହା ଫଳରେ ସେଠାରେ ସନ୍ଧ୍ୟାରେ ମଦୁଆ ମାନଙ୍କର ଆଡ୍ଡା ସାଜୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରେ ଷ୍ଟାଡିୟମ୍ ର ଅଭାବ ରହିବା ଠିକ୍ ନୁହେଁ । କେନ୍ଦୁଝର ଜିଲ୍ଲାରେ ଅର୍ଥର ଅଭାବ ନାହିଁ । ଖୁବ୍ ଶୀଘ୍ର ଏ ସମ୍ପର୍କରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।