ପଟ୍ଟାମୁଣ୍ଡାଇ- କୁମ୍ଭୀର ଗଣନା ପାଇଁ ଡ଼ିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ବନ୍ଦ ରହିବ । ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି କୁମ୍ଭୀର ଗଣନା କରାଯାଇଥାଏ । ଏହି ସମୟରେ ଅଧିକ ସଂଖ୍ୟାରେ କୁମ୍ଭୀର ଉପରକୁ ଦୃଶ୍ୟମାନ ହୋଇଥାନ୍ତି । ବିଶେଷ କରି ଯନ୍ତ୍ରଚାଳିତ ବୋଟ୍ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରଖିଥାଏ । କୁମ୍ଭୀର ବିଷାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଜାରୀ ରହିବ ବୋଲି ବନ ବିଭାଗ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୫ଟି ରେଞ୍ଜ୍ ରେ ଥିବା ନଦୀ ନାଳ ଆଦି ଅଂଚଳରେ ଏହି ଗଣନା କାର୍ଯ୍ୟ କରାଯିବ । ଆସନ୍ତା ଜାନୁଆରୀ ୫ ତାରିଖ ଠାରୁ ପୁଣି ଥରେ ଭିତରକନିକା କୁମ୍ଭୀର ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
Related Stories
November 23, 2024