
-
ଓଡ଼ିଶା ସରକାରଙ୍କ ସହଯୋଗରେ ମୃତକ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ଏବଂ ଅପରିଚିତ ମୃତଦେହର ଫଟୋ ପ୍ରକାଶ ପାଇଛି
ନୂଆଦିଲ୍ଲୀ, ଓଡ଼ିଶାର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ସମ୍ପର୍କୀୟଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପାଇନଥିବା ପରିବାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ରେଳବାଇ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ମୃତାହତଙ୍କ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ଲାଗି ଚେଷ୍ଟା କରାଯାଉଛି । ଏହି ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରବର୍ଗ/ସମ୍ପର୍କୀୟ/ବନ୍ଧୁ ଓ ଶୁଭଚିନ୍ତକମାନେ ନିମ୍ନରେ ଦିଆଯାଇଥିବା ଲିଙ୍କକୁ ଯାଇ ମୃତକ ଓ ଆହତ ଯାତ୍ରୀଙ୍କ ଫଟୋ ଦେଖିପାରିବେ । ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସମ୍ପର୍କରେ ଜାଣିପାରିବେ ଏବଂ ନିମ୍ନ ବିବରଣୀକୁ ଉପଯୋଗ କରି ଅପରିଚିତ ମୃତଦେହକୁ ଚିହ୍ନଟ କରିପାରିବେ ।
ଦୁଃଖଦାୟକ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଫଟୋର ଲିଙ୍କ ହେଉଛି :
https://srcodisha.nic.in/Photos Of Deceased with Disclaimer.pdf
ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ତାଲିକା:
https://www.bmc.gov.in/train-accident/download/Lists-of-Passengers-Undergoing-Treatment-in-Different-Hospitals_040620230830.pdf
କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅପରିଚିତ ବ୍ୟକ୍ତିଙ୍କ ଲିଙ୍କ୍:
https://www.bmc.gov.in/train-accident/download/Un-identified-person-under-treatment-at-SCB-Cuttack.pdf
ଏହି ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗ/ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବା ଲାଗି ରେଳବାଇର ହେଲ୍ପଲାଇନ ନମ୍ବର 139 ଦିନରାତି କାମ କରୁଛି। ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି 139 ନମ୍ବର ଜରିଆରେ ସୂଚନା ଯୋଗାଇ ଦେଉଛନ୍ତି । ଆହୁରି ବିଏମସିର ହେଲ୍ପଲାଇନ ନମ୍ବର 18003450061/1929 24 ଘଣ୍ଟିଆ ଭିତ୍ତିରେ କାର୍ଯ୍ୟ କରୁଛି । ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତଙ୍କ ଦ୍ୱାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ଯେଉଁଠି ଯୋଗାଯୋଗ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକତା ଅନୁଯାୟୀ,ଡାକ୍ତରଖାନା କିମ୍ବା ଶବାଗାରକୁ ପଠାଇବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ପାଇଁ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି ।