
ଭୁବନେଶ୍ୱର, ମଙ୍ଗଳବାର ଦିନ ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ସୁରୁଖୁରରେ ଚାଲିଥିଲା । ହେଲେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିବା ମାତ୍ରେ ହିଁ ବିଜେଡି ବିଧାୟକ ମାନେ ନିଜ ନିଜ ଆସନରେ ଠିଆ ହୋଇ ବ୍ୟାନର ଧରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିବାର ଦେଖିବାକୁ ମିଳିଥିଲା । ସେମାନେ ପାଟିତୁଣ୍ଡ କରିବା କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦିନ 12ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ନିଜ ଆସନରେ ଠିଆ ହୋଇ ଫାଇଭ ଟି କେମିତି ସିଏମଓ ହେଲେ ବୋଲି ପ୍ରଶ୍ନ କରିଥିଲେ । ସେ କହିବା ମାତ୍ରେ ବିଜେଡି ଦଳର ସଭ୍ୟ ମାନେ ହାତରେ ବ୍ୟାନର ଧରି ପାଂଚ କିଲୋ ଚାଉଳ କେନ୍ଦ୍ର ସରକାର କାହିଁକି କାଟିଲେ ବୋଲି ପ୍ରଶ୍ନ କରି ନାରାବାଜୀ କରିଥିଲେ । ସେମାନେ ଜୋରରେ ନାରାବାଜୀ କରୁଥିବା କାରଣରୁ ବିରୋଧୀ ଦଳର ନେତା ଯାହା କହୁଥିଲେ ତାହା ଖୁବ କମ ଶୁଣା ଯାଉଥିଲା । ଶ୍ରୀ ମିଶ୍ର କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ହୋଇ ପାରନ୍ତି ହେଲେ ସିଏମଓ କିପରି ହେବେ । ସେ ଆହୁରି କହିଥିଲେ ଯେ ଜଣେ ବିଧାୟକ ନିଜକୁ କ୍ରୀତଦାସ ବୋଲି ମଧ୍ୟ କହୁଛନ୍ତି ।
ସେପଟେ ଶାସକ ଦଳର ସଦସ୍ୟମାନେ କେନ୍ଦ୍ରର 5 କେଜି ଚାଉଳ କାଟିବା ପ୍ରସଙ୍ଗ ଉଠାଇ ହାତରେ ବ୍ୟାନର ପୋଷ୍ଟର ଦେଖାଇ ନିଜ ନିଜ ନିଜ ସ୍ଥାନରେ ପ୍ରତିବାଦ କରିଥିଲେ । ନାରାବାଜୀ ଜୋର ହେବା କାରଣରୁ ବିଧାନସଭାର ବାଚସ୍ପତି ବାଚସ୍ପତି 12 ଟା ପର୍ଯ୍ୟନ୍ତ ଗୃହକୁ ମୂଲତବୀ ରଖିଥିଲେ ।