
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ସିଏମଓ ବୋଲି କୁହା ଯିବା ମାମଲାରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ପ୍ରଶ୍ନକାଳରେ ଏହି ପ୍ରସଙ୍ଗକୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି ବିଧାୟକ ମାନେ ପାଟିତୁଣ୍ଡ କରିଥିବାରୁ ଠିକ ଭାବେ କହି ପାରି ନ ଥିବା ବେଳେ ଗୃହ ବାହାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ଫାଇଭ ଟି କହିଲା ମାନେ ସେମାନେ କୋଉ ଦିଗକୁ ନେଇଯାଉଛନ୍ତି, ମୁଁ ଜାଣି ପାରୁନି | ଫାଇଭ ଟି ର ସବୁ ଜାଗାରେ ଆବଶ୍ୟକତା କଣ | ଜଣେ କହିଲେ ଫାଇଭ ଟି ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ | ଫାଇଭ ଟି ସିଏମଓ କେମିତି ହେଲା ?
ସେ ପ୍ରଶ୍ନ କରିଛନ୍ତି ଯେ ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ମୁଖ୍ୟମନ୍ତ୍ରୀଙ୍କ ଯଦି ସେ ଜଣେ ସଚିବ ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି | ସିଏମଓ କେମିତି ହେବେ ? ଜଣେ ବିଧନସଭାର ସଦସ୍ୟ କହିଲେ ସେ କ୍ରୀତଦାସ | ସେ ସେ ଜାଗାରେ ଦ୍ୱାରପାଳ ହୋଇଥିଲେ, ଜଣେ ବିଧାୟକ । ବିଧାୟକର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି | ତାଙ୍କ ପିତା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ | ସେ ଯେ ଉଁଭଳି ଭାବରେ କ୍ରୀତଦାସ କହିଲେ, ସେ ଲୋକଙ୍କ ପ୍ରତିନିଧି ଲୋକଙ୍କ କଥା ଆମେ ଉଠାଇବୁ କ୍ରୀତଦାସ କେମିତି ହେବୁ ? ସେ କହିଛନ୍ତି ଯେ କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି | ବିଶ୍ୱରୁ ଉଠିଗଲାଣି | ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି | ସେ କେମିତି କ୍ରୀତଦାସ କଥା ଉଠାଇଲେ ।
ଶ୍ରୀ ମିଶ୍ର କହିଥିଲେ ଯେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଯାହା ଅଧା ରହିଯାଇଛି | ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ ତେଣୁ ଚାଉଳର କଥା ଉଠାଇଲେ | ସେଥିପାଇଁ ବାଧା ଦିଆଗଲା ବୋଲି ସେ କହିଛନ୍ତି ।
ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ସେମାନେ ଚାଉଳ ଦଉଥିଲେ, ତାଙ୍କୁ କିଏ ଚାଉଳ ଦେବାକୁ ମନାକଲା | ବନ୍ୟା ବାତ୍ୟା ସବୁବେଳେ ଦିଆଯିବ ସେମିତି ମାନେ ନାହିଁ, କୋଭିଡ ଜନିତ ରିଲିଫ ଥିଲା ତାହା କମେଇକି ଦିଆଯାଉଛି | ଓଡିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ ଟଙ୍କିକିଆ ଚାଉଳ ଦଉଥିଲେ ଏବେବି ଦିଅନ୍ତୁ ଅମର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି ।