ନୂଆଦିଲ୍ଲୀ, କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା ବେଳେ ବେତନଭୋଗୀ ମାନଙ୍କୁ ବଡ ରିହାତି ଦେଇ ଆୟ କର ସୀମାକୁ ବଢାଇବାକୁ ଘୋଷଣା କରିଛନ୍ତି । ଏହା ସହିତ ଏବେ ସାତ ଲକ୍ଷ ଟଙ୍କା ଆୟ ଯାଏ ଲୋକଙ୍କୁ କୌଣସି ପ୍ରକାର କର ଦେବାକୁ ପଡିବ ନାହିଁ ।
ନିର୍ମଳା ସୀତାରମଣ 2023-24 କେନ୍ଦ୍ରୀୟ ବଜେଟରେ ବର୍ତମାନର ଟାକ୍ସ ସ୍ଲାବକୁ 5 ଲକ୍ଷ ଟଙ୍କାରୁ ବଢାଇ 7 ଲକ୍ଷ ଟଙ୍କା କରି ଦେଇଛନ୍ତି ।
ନୂଆ ବ୍ୟବସ୍ଥାରେ ଟ୍ୟାକ୍ସ ସ୍ଲାବରେ ରିହାତି ଘୋଷଣା କରାଯିବା ପରେ ବ୍ୟକ୍ତିଗତ ଆୟ କରର ନୂଆ ଟାକ୍ସ ହାର 0ରୁ 3 ଲକ୍ଷ ଯାଏ ଶୁନ, 3ରୁ 6 ଲକ୍ଷ ଯାଏ 5 ପ୍ରତିଶତ, 6ରୁ 9 ଲକ୍ଷ ଯାଏ 10 ପ୍ରତିଶତ, 9ରୁ 12 ଲକ୍ଷ ଯାଏ 15 ପ୍ରତିଶତ, 12ରୁ 15 ଲକ୍ଷ ଯାଏ 20 ପ୍ରତିଶତ, ଓ 15 ଲକ୍ଷ ଉପରେ 30 ପ୍ରତିଶତ ଟାକ୍ସ ଲାଗିବ ।