
-
(ବଜେଟ 2023-24) ପ୍ରତିକ୍ରିୟା
-
କେନ୍ଦ୍ର ବଜେଟକୁ ଉତ୍କଳ ଚାମ୍ବର ଅଫ୍ କମର୍ସ କଲା ସ୍ୱାଗତ
-
ଏମଏସଏମଇ, ହୋଟେଲ୍ ଓ ପର୍ଯ୍ୟଟନ ଓ କୃଷି କ୍ଷେତ୍ରକୁ ଗୁରୁତ୍ବ
ଭୁବନେଶ୍ବର, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଲୋକସଭାରେ ୨୦୨୩-୨୪ ବିତୀୟ ବର୍ଷ ପାଇଁ ଆଗତ କରାଯାଇଥିବା ବଜେଟକୁ ଉତ୍କଳ ଚାମ୍ବର ଅଫ୍ କମର୍ସ ପକ୍ଷରୁ ସ୍ୱାଗତ କରାଯାଇଛି
ଉତ୍କଳ ଚାମ୍ବର ଅଫ୍ କମର୍ସର ସଭାପତି ବ୍ରହ୍ମାନନ୍ଦ ମିଶ୍ର କହିଛନ୍ତି ଯେ ଏହା ଏକ ଭଲ ବଜେଟ୍। କେନ୍ଦ୍ର ସରକାରଙ୍କ ଏହି ବଜେଟରେ ଏମଏସଏମଇ, ହୋଟେଲ୍ ଓ ପର୍ଯ୍ୟଟନ ଓ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ଭିତ୍ତିଭୂମି ବିକାଶକୁ ବଜେଟରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଶିଳ୍ପ କ୍ଷେତ୍ରରେ କଷ୍ଟମ ଡ୍ୟୁଟି କ୍ମ କରାଯିବା ହେତୁ ଏହା ବଡ଼ ଡ଼ରଣର ପରିବର୍ତ୍ତନ କରାଯାଇଛି। ଏଥିରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ। ବ୍ୟକ୍ତିଗତ ଆୟକର ସୀମାକୁ ବୃଦ୍ଧି କରି କେନ୍ଦ୍ର ସରକାର ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଏହା ଏକ ସମାନ୍ତରାଳ ବଜେଟ୍।