କେନ୍ଦ୍ରାପଡ଼ା – ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ରସାୟନ ବିଭାଗ ଦ୍ୱାରା ଆଜି ଏକ ଏକ୍ଷ୍ଟ୍ରା ମୁରାଲ୍ କ୍ଲାସ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଯାଜପୁର ରୋଡ୍ସ୍ଥିତ ଫେରୋକ୍ରୋମ୍ ଓ ଆଲୋୟ ଲିମିଟେଡ୍ର ଏମ୍.ଡି. ଶ୍ରୀଯୁକ୍ତ ବୀରକିଶୋର ସାହୁ ପ୍ରବକ୍ତା ଭାବେ ଉପସ୍ଥିତ ରହି ପରିବେଶ ଅନୁକୂଳ କାର୍ବନ୍ ଫେରୋକ୍ରୋମ୍ ଉତ୍ପାଦନ ପ୍ରକ୍ରିୟା ସମ୍ବନ୍ଧରେ ବିଶଦଭାବେ ଛାତ୍ରୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ସେନୋରିଟା ସାହୁ ଉପସ୍ଥିତ ରହି ଛାତ୍ରୀମାନଙ୍କ ସମାଜ ଗଠନରେ ନାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ । ସଭାକାର୍ଯ୍ୟକୁ ଅଧ୍ୟକ୍ଷ ଡକ୍ଟର୍ ସ୍ମୃତିରଞ୍ଜନ ବେହେରା ପରିଚାଳିତ କରିଥିଲେ । ବିଭାଗୀୟ ମୁଖ୍ୟା ଶ୍ରୀମତୀ ପ୍ରମିଳାରାଣୀ ବେହେରା ବିଷୟ ବସ୍ତୁର ତାପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଜୟ କୁମାର ରାଉତ,ଡକ୍ଟର୍ ମଥୁରୀ ଚରଣ ନାୟକ , ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପତି, ଶ୍ରୀ ସନତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଛାତ୍ରୀ ଶିଳ୍ପା ସୁମନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 14, 2024