
ଝାରସୁଗୁଡ଼ା : ବିଟିଏମ ଫାଣ୍ଡି ଅନ୍ତର୍ଗତ ବକ୍ସିଛକ ରୁ ଲହଣ୍ଡାବୁଡ଼ ଗ୍ରାମକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଭାରିଯାନ ମୋଟର ସାଇକେଲ କୁ ଧକ୍କା ଦେବା ଫଳରେ ମୋଟର ସାଇକେଲ ଆରୋହି ଙ୍କ ମୃତ୍ୟୁ ଘଟିଛି।ମୃତକ ଲହଣ୍ଡାବୁଡ଼ ଗ୍ରାମର ଦୁର୍ଗା ଚରଣ ଠାକୁର ବୋଲି ଜଣାପଡିଛି।ମୃତ ଯୁବକ ବକ୍ସି ଛକରେ ବେଲେଟ ଡ୍ୟାନ୍ସ ଏକାଡେମୀ ନାମକ ଏକ ସଂସ୍ଥା ଖୋଲି ଛୋଟଛୋଟ ପିଲା ମାନଙ୍କୁ ନାଚ ପ୍ରଶିକ୍ଷଣ ଦେବା ସହ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୁରି ସଭ୍ୟ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ।ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଶୁକ୍ରବାର ରାତି ପ୍ରାୟ ସାଢେ଼ ନଅଟା ସମୟରେ ଏକ ମୋଟର ସାଇକେଲରେ ଶ୍ରୀ ଠାକୁର ଯାଉଥିବା ବେଳେ ଅପର୍ଣ୍ଣା ବିଦ୍ୟାଳୟ ନିକଟରେ ଏକ ଅଜଣା ଭାରିଯାନ ମୋଟର ସାଇକେଲ କୁ ଧକ୍କା ଦେବା ଫଳରେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା