
ଭୁବନେଶ୍ୱର – ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ଭୂଦାନ ଆନେ୍ଦାଳନ ଓ ଓଡ଼ିଆଭାଷାର ମୁଖ୍ୟ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ମୃତିଚାରଣ କରାଯାଇଛି । ଏହାସହ ସ୍ଥାନୀୟ ବିଧାନସଭା ସମ୍ମୁଖରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିÂ ସାମ୍ବାଦିକ ନ୍ତକ ପ୍ରଦୁ୍ୟମ୍ନ ଶତପଥୀ କହିଥିଲେ ଯେ, ଓଡ଼ିଆମାନଙ୍କ ଚିରବନ୍ଦନୀୟ, ଆଦର୍ଶ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଆଭାଷାରେ ଓଡ଼ିଶା ଶାସନ ନିମନ୍ତେ ଆଇନ ପ୍ରଣୟନ କରିବା ସହ ମଦମୁକ୍ତ ଓଡ଼ିଶା ପାଇଁ ଆହ୍ୱାନ ଦେଇଥିଲେ । ନିଶା ନିବାରଣ ପାଇଁ ଆଇନ ପ୍ରଣୟନ କରିବା ସହ ଭୂସଂସ୍କାର ଆଇନ ଓ ବହୁ ଜନକଲ୍ୟାଣମୂଳକ ପଦକ୍ଷେପମାନ ଗ୍ରହଣ କରିଥିଲେ । ପ୍ରଚଣ୍ଡ ସ୍ୱାଭିମାନୀ ନବକୃଷ୍ଣ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେ ସମୟରେ ଅନୁଗୁଳ ଆଶ୍ରମରେ ଘାସ କାଟି ଗାଈଗୋରୁମାନଙ୍କ ସେବା କରିବା ସହ ଦଳିତବର୍ଗର ପିଲାମାନଙ୍କୁ ପାଠ ପଢ଼ାଇଥିଲେ । ଆଜିର ଯୁବପୀଢ଼ୀ ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କ ଚିନ୍ତାଧାରା ଓ ଆଦର୍ଶରେ ବିଶେଷ ଭାବେ ଅନୁପ୍ରାଣୀତ ହେବା ସହିତ ଓଡ଼ିଶା ମଦମୁକ୍ତ ହେବା ପାଇଁ ଯେଉଁ ସ୍ୱପ୍ନ ସେ ଦେଖିଥିଲେ ତାହା କାର୍ଯ୍ୟକାରୀ କରିବାର ଉପନୀତ । ଏ ଦିଗରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅତିଥିମାନେ ମତ ରଖିଥିଲେ । ଅଭିଯାନ ପକ୍ଷରୁ କୁହାଯାଇଥିଲା ଯେ, ୨୦୨୦ ନଭେମ୍ବର ୨୩ ତାରିଖ ସ୍ୱଗର୍ତ ଚୌଧୁରୀଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଶାର ପ୍ରମୁଖ ବରପୁତ୍ରମାନଙ୍କ କୃତି ଓ କୀର୍ତି ସମ୍ବନ୍ଧରେ ଏକ ପୁସ୍ତକ ଉନ୍ମୋଚିତ କରାଯିବ ।