ଭୁବନେଶ୍ୱର – ସେବା-ସହଯୋଗ-ସମ୍ପର୍କ-ସମର୍ପଣ ଆଧାରରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ \”ପ୍ରଦୀପ ସେବା ଟ୍ରଷ୍ଟ\’ର ବହୁମୁଖୀ ସମାଜ ଉପଯୋଗୀ କାର୍ଯ୍ୟାବଳିର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଟ୍ରଷ୍ଟ ଏକ ସାମାଜିକ ଜାଗରଣ ଆଣିପାରିବ ବୋଲି ବକ୍ତା ଓ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ଟ୍ରଷ୍ଟର ଷଷ୍ଠ ବାର୍ଷିକ ଉତ୍ସବରେ ଅଧ୍ୟକ୍ଷ ଶରତ ଚନ୍ଦ୍ର ମଲ୍ଲଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରଥମାଷ୍ଟମୀ ସମାବେଶରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ରୂପେ ସମାଜସେବୀ ଡ. ପ୍ରକାଶ ଶ୍ରୀଚନ୍ଦନ, ଡ. ପ୍ରଭାତ ବେଉରା, ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ସେବାଷ୍ଟ୍ରର ସମର୍ପିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ପ୍ରଦୀପ ପୃଷ୍ଟି ଯୁବ ସମାଜ ପାଇଁ ଉଦାହରଣ ବୋଲି ମତ ରଖିଛନ୍ତି ।
ଉପଦେଷ୍ଟା ଶିକ୍ଷାବିତ୍ ଶ୍ରୀ ଚକ୍ରଧର ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସ୍ୱାଗତ ଭାଷଣ ରଖିଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ କଲ୍ୟାଣ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦିକା ମଧୁସ୍ମିତା ପୃଷ୍ଟି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବାବେଳେ ବରିଷ୍ଠ ସଭ୍ୟ ଅଶୋକ କୁମାର ଜଗଦ୍ଦେବ ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲେଖନୀୟ ସେବା ପାଇଁ ଋତୁରାଣୀ ସାସମଲ, ମଧୁସ୍ମିତା ପୃଷ୍ଟି, ଶାଶ୍ୱତୀ ନାୟକ, ଚିନ୍ମୟୀ ଦାଶ, ଶାନ୍ତନୁ ଭୁକ୍ତା ଓ କରିସ୍ମା ସ୍ୱାଇଁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଂଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବରିଷ୍ଠ ବୈଜ୍ଞାନିକ ବଙ୍କିମ୍ ଚନ୍ଦ୍ର ତ୍ରିପାଠୀ ଟ୍ରଷ୍ଟକୁ ଏକ ଷ୍ଟ୍ରେଚର ପ୍ରଦାନ କରିଥିଲେ ।