
ହାଇଦ୍ରାବାଦ, ଭାରତୀୟ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ଦକ୍ଷିଣ ଭାରତୀୟ ଫିଲ୍ମର ନାମୀ ଅଭିନେତା କୃଷ୍ଣମ ରାଜୁଙ୍କ ରବିବାର ଭୋରରୁ ଦେହାନ୍ତ ହୋଇଯାଇଛି। ତେଲୁଗୁ ସିନେମାରେ ତାଙ୍କୁ ରିବେଲ ଅଭିନେତା ବୋଲି କୁହାଯାଇଥାଏ । 90 ଦଶକରେ ସେ ବିଜେପିରେ ସାମିଲ ହୋଇଥିଲେ ଓ ଅଟଳ ବିହାରୀ ବାଜପେୟୀ ମନ୍ତ୍ରିମଣ୍ଡଳରେ ସେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ ।
ସେ ଫିଲ୍ମ ଅଭିନେତା ପ୍ରଭାସଙ୍କ କକା। 83 ବର୍ଷୀୟ ରାଜୁ ରବିବାର ଭୋର 3.30ରେ ହାଇଦ୍ରାବାଦର ଏଆଇଜି ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶନିବାର ରାତ୍ରୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତାଙ୍କର ବିୟୋଗରେ ଅନେକ ମାନ୍ଯଗଣ୍ୟ ଲୋକ ମାନେ ଶୋକ ପ୍ରକାଶ କରିଛନ୍ତି ।