ଭୁବନେଶ୍ୱର – ଅଲିଭ୍ ରିଡଲେ କଇଁଛର ସୁରକ୍ଷା ପାଇଁ ପାରମ୍ପରିକ ମାଛଧରାକୁ ବନ୍ଦ କରିବା ପାଇଁ ନିଷ୍ପତି ହୋଇଛି । ଋଷିକୂଲ୍ୟ, ଗହୀରମଥା ଓ ଦେବୀ ମୁହାଣରେ୨୦ କି.ମି. ଭିତରେ ମାଛ ଧରାକୁ ମନା କରାଯାଇଛି । ଏହି ସବୁ ଉପକୂଳରେ ୬୬ଟି କ୍ୟାମ୍ପ ଖୋଲିବା ପାଇଁ ସ୍ଥିର ହୋଇଛି । ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ହୋଇଛି । ଆଜିଠାରୁ ମେ ୩୧, ୨୦୧୦ ପର୍ଯ୍ୟନ୍ତ ମାଛଧରା କାର୍ଯ୍ୟ ବନ୍ଦ ରହିବ । କ୍ଷତିଗ୍ରସ୍ତ ମତ୍ସ୍ୟଜୀବି ମାନଙ୍କୁ ମାସିକ ୭ ହଜାର ୫୦୦ ଟଙ୍କା ଦିଆଯିବା ପାଇଁ ସ୍ଥିର ହୋଇଛି ।
Related Stories
November 24, 2024
November 24, 2024