ଭଦ୍ରକ – ଗତକାଲି ରାତିରେ କୌଣସି ବିଷାକ୍ତ ଖାଦ୍ୟ ଖାଇ ମୂମୁର୍ଷ ହୋଇପଡିଥିବା ମା’ ଓ ଝିଅଙ୍କୁ ଗ୍ରାମବାସୀମାନେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଘଂଟେଶ୍ୱର ଅଧୀନସ୍ଥ ହଳଦିଆ ଗ୍ରାମର ମା’ ଓ ଝିଅ ପ୍ରତିଭା ପାତ୍ର ଓ ଅଲିଭା ଗତକାଲି ରାତିରେ ଖାଇପିଇ ଶୋଇବା ପରେ ସକାଳୁ ଉଠିନଥିଲେ । ଫଳରେ ପଡୋଶୀ ଲୋକେ ଏହାର କାରଣ ଜାଣିବାକୁ ଚାହିଁ ଉଭୟଙ୍କୁ ମୂମୁର୍ଷ ଅବସ୍ଥାରେ ଘରମଧ୍ୟରୁ ଉଦ୍ଧାର କରିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଉଭୟଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଥିବାବେଳେ ଏହା କୌଣସି ବିଷାକ୍ତ ଖାଦ୍ୟ ଜନିତ କାରଣରୁ ହୋଇଥାଇପାରେ ବୋଲି ଡାକ୍ତରମାନଙ୍କ ସୂତ୍ରରୁ ଜଣାପଡିଛି ।
Related Stories
November 25, 2024