
ଭଦ୍ରକ – ଜିଲାରେ ଆତଙ୍କ ସୃଷ୍ଟି କରୁଥିବା ଏଟିଏମ୍ ଲୁଟେରା କିଛିଦିନ ହେବ ନୀରବି ରହିଥିବାବେଳେ ଏବେ ପୁଣିଥରେ ସକ୍ରୀୟ ହୋଇପଡିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗ୍ରାମାଳ ଥାନା ଅଧୀନରେ ଥିବା ରାନ୍ଦିଆ ବଜାରରେ ଏହି ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ଟିକୁ ଭାଙ୍ଗି ଲୁଟ୍ କରିଛନ୍ତି କିଛି ଦୃବୁର୍। ଏହି ଏଟିଏମ୍ଟିର ଆଗବକ୍ସ ଭିତରେ ଥିବା ଲାଇଟ୍ ଓ ସିସିଟିଭିକୁ ମଧ୍ଯ ଭାଂଗି ଦେଇଛନ୍ତି ଦୃବୁର୍ମାନେ। ତେବେ ଏଟିଏମ୍ ଅଧିକାରୀ ଘଟଣାସ୍ଥଳରେ ପହô ତଦନ୍ତ କଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏବଂ ଏଟିଏମ୍ କାଉରରୁ କେତେଟଙ୍କା ଚୋରି ହୋଇଛି, ତାହା ଜଣାପଡିବ। ତେବେ ଖବର ପାଇ ଗ୍ରାମାଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହô ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନାେଯାଗ୍ୟ ଗତବର୍ଷ ଡିସେମ୍ବର ମାସ ୧୯ ତାରିଖରେ ଜଣେ ଯୁବକ ଏହି ଏଟିଏମ୍ ଭାଂଗି ଲୁଟ୍ କରିବା ପରେ ଗିରଫ ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠେ ଚାରିବର୍ଷ ପୂର୍ବରୁ ତତ୍କାଳୀନ ଜିଲା ଆରକ୍ଷୀ ଅଧିକ୍ଷକ ଜଗୁଆଳି ବିହୀନ ଏହି ଏଟିଏମ୍ କାଉର ଗୁଡିକୁ ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ବନ୍ଦ କରିବାର ନିଦ୍ର୍ଧେଶ ଦେଇଥିଲେ ମଧ୍ଯ ଏଠାରେ କଣ ପାଇଁ ଖୋଲାଯାଉଥିଲା, ସେଥିନେଇ ବ୍ୟାଙ୍କ ଅଧିକାରୀ ଉରଦାୟୀ ବୋଲି ସାଧାରଣରେ ଦାବି ହୋଇଛି।