
ଭୁବନେଶ୍ୱର – ବିଶିଷ୍ଟ ଲେଖକ ତଥା ପ୍ରଶାସନିକ ଅଧିକାରୀ ଡଃ ପ୍ରଦୀପ ଦାଶ ଚଳିତ ବର୍ଷ ପାଇଁ ସମ୍ମାନଜନକ “ଶାରଳା ସମ୍ମାନ’ ପାଇଛନ୍ତି । ତାଙ୍କ ରଚିତ ଉପନ୍ୟାସ “ଚରୁ , ଚିବର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ଏଥିସହ ପଣ୍ଡିତ ହରମୋହନ ଖୁଂଟିଆଙ୍କୁ “ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟ ମୋହନ ପଟ୍ଟନାୟକଙ୍କୁ “ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯାଇଛି । ଉଭୟଙ୍କୁ ପୁରସ୍କାର ରାଶି ସ୍ୱରୂପ ଦେଢ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି । ଇମ୍ଫା ଦ୍ୱାରା ପରି·ଳିତ ଇଣ୍ଡିଆନ ମେଟାଲ୍ସ ଏଣ୍ଡ ·ରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।