
ଭଦ୍ରକ – ଓଡିଶା ସରକାରଙ୍କ ଲୋକାଭିମୁଖୀ ଶାସନର ନୂଆ ମନ୍ର ୫ ‘ଟି’ ଅର୍ଥାତ ଜନହିତ ପାଇଁ ବୈଷୟିକ ଜ୍ଞାନର ବ୍ୟବହାର, ଦଳଗତ ପରିଚାଳନା ଏବଂ ଶାସନର ପ୍ରତି ସ୍ତରରେ ସ୍ବଚ୍ଛତା ଓ ପାରଦର୍ଶିତା ରହିଲେ ସମୟ କ୍ରମେ ବ୍ୟବସ୍ଥାର ରୂପାନ୍ତରଣ ହୋଇ ପାରିବ। ଏଥି ନିମନ୍ତେ ପ୍ରତିମାସର ୪ର୍ଥ ଶନିବାରକୁ ସ୍ବତନ୍ର ଭାବେ ମାନସ ମନ୍ଥନ ପାଇଁ ସ୍ଥିରୀକୃତ ହୋଇଛି। ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ଯକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ପାଇଁ ଜିଲ୍ଳା ସ୍ତରୀୟ ବିଷୟବସ୍ତୁ ଥିଲା ଚଳିତ ଖରିଫବର୍ଷରେ ଧାନସଂଗ୍ରହର ସୁବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲା େଯାଗାଣ ଅଧିକାରୀ ମିର ଅଲ୍ଲୀ ରାଜା ଓ ଏଆରସିଏସ ସ୍ବାତୀବାଳା ମହାପାତ୍ର ତାଙ୍କର ବକ୍ତବ୍ୟରେ ଗତବର୍ଷର ଧାନସଂଗ୍ରହର ତୃୁଟି ଓ ପରିଚାଳନା କ୍ଷେତ୍ରରେ ଅସୁବିଧା ସଂପର୍କରେ କହିଥିଲେ। ସେହପରି ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ପ୍ରକଳ୍ପ ନିଦ୍ର୍ଧେଶକ ମଧୁସୂଦନ ଦାସ ଆଗାମୀ ଧାନ ସଂଗ୍ରହରେ କେଉଁ ଉପାୟ ଅବଲମ୍ବନ କଲେ ଧାନ ସଂଗ୍ରହର ସୁବିଧା ହେବା ସହ ଚାଷୀମାନେ ଉପକୃତ ହୋଇପାରିବେ ସେ ଉପରେ ବିଭାଗୀୟ ଅଧିକାରୀଙ୍କ ମତାମତ ବୁଝିବା ଏବଂ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ୫ ‘ଟି’ର ଆଭିମୁଖ୍ୟ ସµର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଳାପାଳ ନିଜର ବକ୍ତବ୍ୟରେ ଚଳିତବର୍ଷ ଧାନକିଣା ପାଇଁ ବ୍ଲକ୍ ସ୍ତରରେ ଅଧିକାରୀଙ୍କୁ ଟ୍ରେନିଙ୍ଗି ଦିଆଯିବା ସହ ଧାନକିଣା ତଦାରକ ପାଇଁ ସୁପରଭାଇଜରଙ୍କୁ ସୋସାଇଟି ଲେବୁଲରେ ନିୟୋଜିତ କରିବାକୁ ଜିଲ୍ଲାପାଳ କହିଥିଲେ। ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ଯକ୍ଷତାରେ ଜିଲ୍ଲା େଯାଗାଣ ଅଧିକାରୀ ଓ ଏଆରସିଏସଙ୍କୁ ନେଇ ଏକ କମିଟି ଗଠନ କରାଯିବ ଏବଂ ଏହି କମିଟି ଚାଷୀମାନେ େଯପରି ଧାନକିଣାବିକ୍ରୀରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି। ଚାଷୀମାନେ େଯପରି ଧାନବିକ୍ରୀ କରି ସରକାରୀ ଧାଯ୍ର୍ୟ ମୂଲ୍ୟରେ ଅର୍ଥ ପାଇପାରିବେ ସେ ଉପରେ ଜିଲ୍ଲାପାଳ ଶ୍ର ଦାସ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।