
ଭୁବନେଶ୍ୱର – ଆସନ୍ତା ନଭେମ୍ବର ୧୩ ତାରିଖଠାରୁ ଓଡ଼ିଶା ବିଧାନ ସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ଏବଂ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଏହାର ବୈଠକ ଚାଲିବ । ୩୦ ଦିନ କାର୍ଯ୍ୟ ଦିବସ ରଖାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏ ସମ୍ପର୍କରେ ଖୁବ୍ ଶୀଘ୍ର ରାଜ୍ୟପାଳଙ୍କ ପକ୍ଷରୁ ସମନ ଜାରି କରାଯିବ ବୋଲି ଜଣାପଡ଼ିଛି । ସମନ ଜାରି ହେବା ପରେ ବିଧାନସଭା ସଚିବାଳୟ ପକ୍ଷରୁ କାର୍ଯ୍ୟସୂଚୀ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ।