![](https://indokalingtimes.com/wp-content/uploads/2019/09/IKT-logo-3.jpg)
ଭଦ୍ରକ- ଭଦ୍ରକ ଗୋଶାଳା ଅତି ପ୍ରାଚୀନ ସଂସ୍ଥା। ୧୯୨୩ ମସିହାରେ ସଦାବ୍ରତ ମଠର ମହନ୍ତ ରାମାନୁଜ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଗୋଶାଳାର ପରµରା ଅତି ମହାନ। ଗୋଶାଳା ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ମହନ୍ତ ମହାରାଜ ଜମିଦାନ କରିଥିଲେ। ସେହି ଜମିରେ ଆଜିର ଗୋଶାଳା ପ୍ରତିଷ୍ଠିତ। କିଛି ଦଶନ୍ଧି ଧରି ଏହି ଗୋଶାଳା ଆର୍ଥôକ ଅନଟନରେ ଗତି କରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଏହାର ପରିଚାଳନାରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ବିନା କାରଣରେ ଗୋଶାଳା ନାମରେ ଅଦାଲତରେ କେଶ୍ ଦାୟର କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଏବଂ ପ୍ରଶାସନ ଉପରେ ଚାପ ପକାଇ ନୂତନ ଗୃହ ନିର୍ମାଣ ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଏହାର ତୁରନ୍ତ ସମାଧାନ ନିମନ୍ତେ ଗୋଶାଳା ତରଫରୁ ଆୟୋଜିତ ବୁଦ୍ଧିଜୀବୀ ସମାରୋହ ବରିଷ୍ଠ ଆଡ୍ଭୋକେଟ ନିରାକାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହାର ସମାଧାନ ଦିଗରେ ଧାମନଗର ବିଧାୟକ ମାନନୀୟ ବିଷ୍ଣୁ ସେଠୀ, ଡାକ୍ତର ପ୍ରଦୀପ ନାୟକ, ଅଭିମନୁ୍ୟ ସେଠୀ, ପବନ ବାଗେଡିଆ, ଅଭୟ ଦ୍ବିବେଦୀ, ସୁଧାକର ରାଉତ, ହରଗୋବିନ୍ଦ ଗୁପ୍ତା, ରମଶେ ମାଓ୍ବାର, ସୁରେଶ ଗୁପ୍ତା, ମଦନଲାଲ ଅଗ୍ରଓ୍ବାଲ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସମ୍ମିଳନୀରେ ଏକ ପା ଜଣିଆ କମିଟି ଗଠନ କରାଗଲା ା ଏହି କମିଟି ପ୍ରାରମ୍ଭିକ ତର୍ଜମା କରିବା ପରେ ଏକ ପନ୍ଦର ଜଣିଆ କମିଟି ଗଠନ କରିବାର ଦାୟିତ୍ବ ନ୍ୟସ୍ତ କରାଗଲା। ଯାହା ପରବର୍ୀ ସମୟରେ ଜିଲ୍ଲାପାଳ, ଟାଉନ ପ୍ଲାନିଂ, ମ୍ୟୁନିସିପାଲିଟି ଅଫିସ୍ରେ ପହି ସମସ୍ୟା ସମାଧାନ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବେ।