-
ପିପିଲିର ସ୍ୱପ୍ନେଶ୍ୱର ମନ୍ଦିର ଏବଂ ରତ୍ନଚିରା ଉପତ୍ୟାକାର
-
ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ହେଉ – ଧର୍ମେନ୍ଦ୍ର ପ୍ରଧାନ
-
ଚା ସ୍ୱପ୍ନେଶ୍ୱର ମନ୍ଦିର ବିପଦଜନକ ଅବସ୍ଥାରେ ରହିଥିବା ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ
-
ଚା ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଷ୍ପତି ନେବାକୁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର, ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତୋମପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ସଂରକ୍ଷଣ ତଥା ରତ୍ନଚିରା ମୂହାଣରେ ଥିବା ଐତିହ୍ୟରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ନିମନ୍ତେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଏଣ୍ଡ କଲଚ୍ୟୁରାଲ ହେରିଟେଜ(ଇନଟାକ) ରତ୍ନଚିରା ଉପତ୍ୟାକା ଏବଂ ସେଠାକାର ଐତିହ୍ୟରାଜିର ଅନୁସନ୍ଧାନ କରିବା ସମୟରେ ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତୋମପୁର ଗ୍ରାମରେ ୬-୭ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ମାଟି ତଳୁ ଖୋଳି ବାହାର କରିଛି ।ସ୍ଥାନୀୟ ଅଂଚଳରେ ଏହି ମନ୍ଦିର ମହାଦେବଙ୍କ ପାଇଁ ସମର୍ପିତ ସ୍ୱପ୍ନେଶ୍ୱର ମନ୍ଦିର ଭାବରେ ପରିଚିତ ଅଛି ।
୧୩୦୦-୧୪୦୦ ବର୍ଷ ପୂର୍ବେ ଏହି ମନ୍ଦିର କଳିଙ୍ଗ କୀର୍ତିରାଜିର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆକଳନ କରାଯାଇଛି । ମନ୍ଦିରର ଢ଼ାଂଚାର ସ୍ଥିତି ବିପଦଜନକ ଅବସ୍ଥାରେ ଥିବା ଦର୍ଶାଇ ଶ୍ରୀ ପ୍ରଧାନ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଏହାର ଶୀଘ୍ର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ।ସେହିପରି ରତ୍ନଚିରା ଉପତ୍ୟାକାକୁ ନେଇ କିମ୍ବଦନ୍ତୀ ରହିଛି ଯେ ପ୍ରଭୁ ଶ୍ରୀରାମ ମାଆ ସୀତାଙ୍କ ତୃଷ୍ଣା ମେଂଟାଇବା ପାଇଁ ତାଙ୍କ ମୁକ୍ତା ମୁଦିର ସାହାଯ୍ୟ ନେଇଥିଲେ ଏବଂ ସେଠାରେ ହିଁ ରତ୍ନଚିରା ନଦୀର ଉତ୍ପତି ହୋଇଥିଲା । ରତ୍ନଚିରା ମୂହାଣ କଳିଙ୍ଗ କୀର୍ତିରାଜିର ମହାନ ସ୍ଥଳ । ଯାହା ଆଜି ପର୍ଯ୍ୟନ୍ତ ଇତିହାସରେ ଲିପିବଦ୍ଧ ରହିଛି ।ତେଣୁ ଏହି ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ୱପ୍ନେଶର ମହାଦେବ ମନ୍ଦିର ତଥା ରତ୍ନଚିରା ମୂହାଣରେ ଥିବା ସ୍ଥାପତ୍ୟର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରି ରଖିବା ସହ ଏହାର ସଠିକ୍ ଡ଼କୁମେେଂଟସନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଅନୁରୋଧ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO