
ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଖିପ୍ରିମାଲ୍ ଗ୍ରାମ ଠାରେ ସିନାପାଲି ବ୍ଲକ କଂଗ୍ରେସ ଦଲ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେଡି ଓ ବିଜେପିର ୨୦ ଜଣ କର୍ମି କଂଗ୍ରେସରେ ସାମିଲ୍ ହୋଇଥିବା ଜଣାପଡିଛି। ଏହି ମିଶ୍ରଣ ପର୍ବରେ ବରିଷ୍ଠ ଶିକ୍ଷାବିତ କ୍ଷମାଧର ନିଆଲ, ଗଜିନ୍ଦ୍ର ନିଆଲ, ଧ୍ୱଜ୍ରାରାଜ୍ ହେର୍ଣା, ପ୍ରମୋଦ ନିଆଲ, ଓମକାର ନିଆଲ, ନକୁଲ ନିଆଲ, ପଦୁ ନିଆଲ ସମେତ ଖିପ୍ରିମାଲ୍ ଗ୍ରାମର ଗୋଉନ୍ତିଆ, ଝାଙ୍କର, ୱାଡମେମ୍ୱର ସମେତ 20 ଜଣ ବିଜେପି ବିଜେଡି କର୍ମି କଂଗ୍ରେସରେ ସାମିଲ୍ ହେବା ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଫୁଳତୋଡା ଦେଇ ସ୍ୱାଗତ ଜଣାଇ ଥିଲେ।
ଏହି ଅବସରରେ କଂଗ୍ରେସ ସହିତ ମିଶି କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ମିଶ୍ରଣ ପର୍ବରେ ସିନାପାଲି ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଳ ନାଗ, ଜିଲ୍ଲା ପରିଷଦ ସଦସ୍ଯ ଗିରିରାଜ ମାଝି, ଗୋର୍ଲା ପଞ୍ଚାୟତ ସରପଂଚ ଦିଲିପ କୁମାର ମାଝି, ପୁର୍ବତନ ସରପଂଚ ଦୁଧନାଥ ବାଗ, ନନ୍ଦଲାଲ ବାଗ, ଖର୍ସେଲ ପଞ୍ଚାୟତ ନାଏବ ସରପଂଚ ଏସ୍ ବଂଜରା ସମେତ ଅନେକ ଜନସାଧାରଣ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO