-
ମନ କି ବାତରେ ଉଲ୍ଲେଖ ପରେ ଇସାକ ମୁଣ୍ଡାଙ୍କୁ ଟ୍ୱିଟରେ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତରେ ଉଲ୍ଲେଖ ପରେ ଇସାକ ମୁଣ୍ଡାଙ୍କୁ ଟ୍ୱିଟରେ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସେ ଟ୍ୱିଟ କରି କହିଛନ୍ତି ଯେ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ଶୁଣିବା ଅବସରରେ ପ୍ରଧାନମନ୍ତ୍ରୀଜୀଙ୍କ ଦ୍ୱାରା ଓଡ଼ିଶାର ସମ୍ବଲପୁର ଜିଲ୍ଲା ଯୁଜୁମୁରା ବାବୁପାଲି ଅଂଚଳର ଜନଜାତି ସମ୍ପ୍ରଦାୟର ଇସାକ ମୁଣ୍ଡାଜୀଙ୍କର ଇଣ୍ଟରନେଟ୍ ମାଧ୍ୟମରେ ପରବର୍ତ୍ତିତ ଜୀବନଶୈଳିର ଉଦାହରଣ ଆମ ପାଇଁ ଏକ ନୂଆ ଅନୁଭବଦିନ ମଜୁରିଆରୁ ଇଂଟରନେଟ୍ ସେନ୍େସସନ ପାଲଟିଥିବା ଇସାକ ମୁଣ୍ଡାଜୀ ଓଡ଼ିଆଙ୍କ ସାମାଜିକ ଜୀବନର ଦୈନିକ ଖାଦ୍ୟ ‘ପଖାଳ’ ଖାଇବାର ଭିଡ଼ିଓ ପ୍ରସ୍ତୁତ କରି ଆଜି ଜଣେ ସଫଳ ୟୁଟ୍ୟୁବର ହେବା ସହ ଲକ୍ଷାଧିକ ଟଙ୍କା ଉପାର୍ଜନ କରି ପାରୁଛନ୍ତି ।
ତାଙ୍କର ଏହି ପ୍ରୟାସ ସବୁଠାରୁ ଅନନ୍ୟ ।ଇସାକ ମୁଣ୍ଡା ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ସ୍ଥାନୀୟ ପାରମ୍ପାରିକ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପଦ୍ଧତି, ସାମାଜିକ ଜୀବନଶୈଳିର ଭିଡ଼ିଓ ପ୍ରସ୍ତୁତ କରିବା ତଥା ସଂସ୍କୃତି ଏବଂ ବ୍ୟଞ୍ଜନର ପ୍ରଚାରପ୍ରସାର କରି ଆମକୁ ପ୍ରେରଣା ଦେବା ସହ ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ସଂକଳ୍ପର ପ୍ରତୀକ ହୋଇଛନ୍ତି ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO