-
ଭାଇର ଠେଙ୍ଗା ମାଡରେ ଭାଇ ମୃତ, ଅଭିଯୁକ୍ତ ଗିରଫ
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ମୁଣ୍ଡାସାହିରେ ପାରିବାରିକ କଳହକୁ କେନ୍ଦ୍ର କରି କକା ପୁଅ ଭାଇର ଠେଙ୍ଗା ମାଡରେ ବଡ଼ବାପ ପୁଅ ଭାଇର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବନ୍ଦ ମୁଣ୍ଡା ।
ଗତକାଲି ସଂନ୍ଧ୍ୟାରେ କକା ପୁଅ ଭାଇ ଶମ୍ଭୁ ମୁଣ୍ଡା ଘରେ ଖାଇ ବସିଥିବା ବେଳେ ବଡ଼ବାପ ପୁଅ ଭାଇ ବନ୍ଦ ମୁଣ୍ଡା ମାରଣାସ୍ତ୍ର ଧରି ତାକୁ ଆକ୍ରମଣ କରିଥିଲା । ନିଜକୁ ବଂଚାଇବା ଉଦ୍ଦେଶ୍ୟରେ ଶମ୍ଭୁ ଏକ ଠେଙ୍ଗା ସାହାଯ୍ୟରେ ବନ୍ଦ ମୁଣ୍ଡାର ମୁଣ୍ଡକୁ ପ୍ରହାର କରିବାରେ ଭୀଷଣ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଅଭିଯୁକ୍ତ ଶମ୍ଭୁ ମୁଣ୍ଡାକୁ ଗିରଫ କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ପରିବାର ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା ।
