
ଭୁବନେଶ୍ୱର,ସୋମବାର ଠାରୁ ଖୋଲିବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ପ୍ରସ୍ତୁତି ସରିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଜନ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସେ କହିଛନ୍ତି ଯେ – ଆସନ୍ତାକାଲି ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ସବୁ ପ୍ରସ୍ତୁତି ସରିଛି । ନୋଡାଲ ଅଫିସର ଜିଲ୍ଲା ଗସ୍ତରେ ଅଛନ୍ତି ।
ସାନିଟାଇଜେସନ ସରିଛି ସ୍କୁଲରେ । ଅଭିଭାବକଙ୍କ ଅନୁମତି ମାଗିଛନ୍ତି ପ୍ରଧାନ ଶିକ୍ଷକ । ଯେଉଁ ଅଭିଭାବକ ସଂକୋଚ କରୁଛନ୍ତି ପିଲାଙ୍କୁ ସ୍କୁଲ ଛାଡ଼ିବାକୁ, ସେମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା ଅଛି । ଆବଶ୍ୟକ ସ୍ଥଳେ ସ୍କୁଲ ଗୁଡ଼ିକୁ ସେକ୍ସନରେ ବିଭକ୍ତ କରାଯିବ । ଏସଓପି ଅନୁସାରେ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି ।ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବାକୁ ଅପ୍ରାଣ ଚେଷ୍ଟା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO