ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୦,୨୦୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦,୪୭,୯୧୬ ହୋଇ ଯାଇଛି ।
ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୫,୦୮୪ ଟି ନୂଆ ମାମଲା
ରାୟପୁର, ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୫,୦୮୪ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୨୧,୩୫୨ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ପଂଜାବରେ ଗତ ୨୪ ଘଂଟାରେ ୬,୩୧୮ କରୋନାର ନୂଆ ମାମଲା
ଚଣ୍ଡିଗଡ , ପଂଜାବ ଗତ ୨୪ ଘଂଟାରେ ୬,୩୧୮ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୩୬୬ ହୋଇଛି ।