
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପିପିଲି ଉପନିର୍ବାଚନ ନେଇ ନୂଆ ପ୍ରାର୍ଥୀ ଚୟନ ପରେକଂଗ୍ରେସର ନୂଆ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୂଚନା ଅନୁସାରେପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତିଥିବା ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ। କିନ୍ତୁ କୋଭିଡରୋଗ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।ସେଥିପାଇଁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେନିର୍ବାଚନ କମିସନ ମେ ୧୩ ତାରିଖକୁ ସାନି ଭୋଟ ଗ୍ରହଣତାରିଖ ଭାବେ ଘୋଷଣା କରିଥିଲେ। କିନ୍ତୁ ସେହିଦିନ ଇଦ୍-ଉଲ୍-ଫିତର ପର୍ବ ପଡ଼ୁଥିବାରୁ ଗତକାଲି ପୁଣିଥରେ ଏହି ଭୋଟଗ୍ରହଣ ତାରିଖକୁ ମେ ୧୬ ତାରିଖକୁ ଘୁଞ୍ଚାଇଛନ୍ତି । ୧୬ତାରିଖରେ ମତଦାନ ଏବଂ ମେ ୧୯ ତାରିଖରେ ଭୋଟ ଗଣତିକରିବା ପାଇଁ ନିର୍ବାଚନ କମିସନ ଦିନ ଧାର୍ଯ୍ୟ କରିଛନ୍ତି ।ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଦଳୀୟ ପ୍ରାର୍ଥୀଶ୍ରୀ ମହାପାତ୍ର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗାଳଗ୍ରାମ ପଞ୍ଚାୟତର ଝାରପଡ଼ା ଗ୍ରାମ ବାସିନ୍ଦା ୪୪ ବର୍ଷୀୟ ଏହିବ୍ୟକ୍ତି କଂଗ୍ରେସର ସେବା ଦଳ ସହ ଦୀର୍ଘଦିନରୁ ଜଡ଼ିତଅଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟ ବି.ଏ.ଏଲ୍.ଏଲ୍.ବି।ପେଶାରେ ଜଣେ ଆଇନଜୀବୀ । ସେ ଏବେ ପୁରୀ ଜିଲ୍ଲାକଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟକରୁଛନ୍ତି ।