
ଗଞ୍ଜାମ, ବ୍ରହ୍ମପୁର ପୋଲିସ ପକ୍ଷରୁ ଲୋକଙ୍କୁ କରୋନାଜନିତ ସଚେତନତା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଚଢ଼ଉ ଜାରୀ ରହିଛି । ପ୍ରତିଦିନ ମାସ୍କ ପରିଧାନ କରିନଥିବା, ସାମାଜିକ ଦୂରତାକୁ ଉଲ୍ଲଙ୍ଘନ କରିବା ସମେତ ଯାନବାହନ ଯାଂଚ୍ କରାଯାଇ ଲକ୍ଷାଧିକ ଟଙ୍କାର ଚାଲାଣ କଟାଯାଉଛି । ରାତ୍ରିକାଳୀନ କର୍ଫ୍ୟୁକୁ କଡ଼ାକଡ଼ି କରିବା ପାଇଁ ପୋଲିସ ସହର ସାରା ପଇଁତରା ମାରୁଥିଲେ ହେଁ କିଛି ଅମାନିଆ ବିନା କାରଣରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ଏଭଳି ଅମାନିଆଙ୍କ ପାଇଁ ପୋଲିସ ଅଧିକ କଠୋର ହୋଇଛି । ଗତ ୨୪ ଘଂଟା ମଧ୍ୟରେ ପୋଲିସ ୨୭୦ଟି ଗାଡ଼ିର କାଗଜପତ୍ର ଯାଂଚ୍ କରି ୧ ଲକ୍ଷ ୩୫ ହଜାର ଚାଲାଣ କାଟିବା ସହ ୧୧ ଜଣଙ୍କ ଡ଼୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଛି ।