
ପଶ୍ଚିମବଙ୍ଗ, ମୋଦି ସରକାରଙ୍କ ମନ୍ତ୍ର ‘ରିଫର୍ମ, ପର୍ଫମ ଏବଂ ଟ୍ରାନ୍ସଫର୍ମ’ ଅର୍ଥାତ୍ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତନ ମନ୍ତ୍ର ଦେଶର ଅର୍ଥନୀତିକୁ ପୁର୍ନଜୀବିତ କରିଛି ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ସମସ୍ୟାର ସମାଧାନ ପାଇଁ ଆମର କ୍ଷମତାକୁ ଶକ୍ତି ଯୋଗାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପଶ୍ଚିମବଙ୍ଗରେ ତୈଳ, ଗ୍ୟାସ, ସିମେଂଟ, ପେପର, ଇଞ୍ଜିନିୟରିଂ ଏବଂ ରିଟେଲ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ଭାରତ ଚାମ୍ବର ଅଫ୍ କମର୍ସର ବିଶିଷ୍ଟ ସଦସ୍ୟଗଣ ଏବଂ ଶିଳ୍ପଦ୍ୟୋଗୀଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଆସିଥିବା ବିଶାଳ ପରିବର୍ତନ ତଥା ଏଥିପାଇଁ ହେଉଥିବା କାର୍ଯ୍ୟ ଗୁଡ଼ିକ ଉପରେ ଚର୍ଚ୍ଚା କରଥିଲେ ।ଏହାସହ ପୂର୍ବ ଭାରତର ବିକାଶ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପୂର୍ବ ଭାରତ ପାଇଁ ସୁବର୍ଣ୍ଣ ଯୁଗ ଉପନୀତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପୂର୍ବୋଦୟ କଳ୍ପନା’ ପୂର୍ବ ଭାରତର ସନ୍ତୁଳିତ ବିକାଶ ପାଇଁ ଉଜ୍ଜଳ ଆଲୋକ ଦେଖାଇଛି । ଧନ ସୃଷ୍ଟିକର୍ତାଙ୍କ ପାଇଁ ଥିବା ପ୍ରତିବନ୍ଧକକୁ ହଟାଇବା ଏବଂ ମଜବୁତ୍ ବଙ୍ଗଳା ଏବଂ ପୂର୍ବ ଭାରତ ପାଇଁ ଉଦ୍ୟୋଗୀ କ୍ଷମତା ବଢ଼ାଇବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗର ଅର୍ଥନୀତିକୁ ଆଗେଇନେବା, ଏଠାରେ ଥିବା ସମ୍ଭାବନାର ଉପଯୋଗ, ଟେକ୍ନୋଲୋଜିର ବିକାଶ, ମେକ୍ ଇନ୍ ଇଣ୍ଡିଆ ଓ ମିଶନ ପୂର୍ବୋଦୟକୁ ସଶକ୍ତ କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତରେ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋଚନା ହୋଇଥିଲା । ପଶ୍ଚିମବଙ୍ଗରେ ସରକାରଙ୍କ ଦ୍ୱାରା ପରିଚାଳିତ ପକ୍ଷାଘାତ, ଧନ ସୃଷ୍ଟିକର୍ତା ପାଇଁ ଥିବା ପ୍ରତିବନ୍ଧକ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO