ନୂଆଦିଲ୍ଲୀ, ବିଶ୍ୱର ବୃହତ ଟିକାକରଣ ଅଭିଯାନ କ୍ରମରେ ଭାରତରେ କୋଭିଡ-୧୯ ଟିକାକରଣ ୧୨ କୋଟି ପାଖାପାଖି ପହଂଚିଛି ।ଆଜି ସକାଳ ୭ଟା ସୁଦ୍ଧା ୧୭,୩୭,୫୩୯ ସେସନରେ ୧୧,୯୯,୩୭,୬୪୧ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୧,୦୫,୪୨୯ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୬,୭୦,୮୧୮ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୧୧,୪୪,୦୬୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୪,୦୮,୫୭୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୪୯,୩୫,୦୧୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୪,୮୮,୨୫୭ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ଅଧିକ ବୟସର ୩,୯୨,୨୩,୯୭୫ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୯,୬୧,୫୧୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ।
ଗତ ୨୪ ଘଂଟା ମଧ୍ୟରେ ୩୦ ଲକ୍ଷରୁ ଅଧିକ ଡୋଜ୍ ଟିକାକରଣ ହୋଇଛି ।ଟିକାକରଣ ଅଭିଯାନର ୯୧ତମ ଦିବସ (୧୬ ଏପ୍ରିଲ ୨୦୨୧)ରେ ୩୦,୦୪,୫୪୪ ଡୋଜ୍ ଟିକା ଦିଆଯାଇଛି । ୩୭,୮୧୭ ସେସନରେ ୨୨,୯୬,୦୦୮ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୭,୦୮,୫୩୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ୨,୩୪,୬୯୨ ନୂଆ ମାମଲା ଚିହ୍ନଟ ହୋଇଛି ।ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡ଼ୁ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ମୋଟ ଦୈନିକ ମାମଲାର ୭୯.୩୨% ମାମଲା ଚିହ୍ନଟ ହୋଇଛି ।ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ୬୩,୭୨୯ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୭,୩୬୦ ମାମଲା ଏବଂ ଦିଲ୍ଲୀରେ ୧୯,୪୮୬ ମାମଲା ଚିହ୍ନଟ ହୋଇଛି ।ଭାରତରେ ମୋଟ ସକ୍ରିୟ କରୋନା ମାମଲା ଏବେ ୧୬,୭୯,୭୪୦ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୧.୫୬% । ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୧,୦୯,୯୯୭ ମାମଲା ବୃଦ୍ଧି ପାଇଛି ।ମହାରାଷ୍ଟ୍ର, ଛତିଶଗଡ଼, ଉତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୫.୦୨ % ମାମଲା ରହିଛି । ଦେଶର ମୋଟ ସକ୍ରିୟ କରୋନା ମାମଲାର ୩୮.୦୯% କେବଳ ମହାରାଷ୍ଟ୍ରରେ ରହିଛି ।ଭାରତରେ ମୋଟ ୧,୨୬,୭୧,୨୨୦ ଜଣ କରୋନାରୁ ସୁସ୍ଥ ହେଲେଣି । ଜାତୀୟ ସୁସ୍ଥତା ହାର ଏବେ ୮୭.୨୩% ରହିଛି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧,୨୩,୩୫୪ ଜଣ ସୁସ୍ଥ ହୋଇଛନ୍ତି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୩୪୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।ଏହି ନୂଆ ମୃତ୍ୟୁ ମଧ୍ୟରୁ ୮୫.୮୩% ମୃତ୍ୟୁ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୩୯୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି ।