
ନୂଆଦିଲ୍ଲୀ,କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର 51ତମ ଦାଦାସାହେବ ଫାଲକେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । କିମ୍ବଦନ୍ତୀ ଅଭିନେତା ଶ୍ରୀରଜନୀକାନ୍ତଙ୍କୁ 2019 ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ଏହି ପୁରସ୍କାର ମେ’ 3ରେ ପ୍ରଦାନ କରାଯିବ ।ନୂଆଦିଲ୍ଲୀରେ ଏହି ପୁରସ୍କାର ଘୋଷଣା କରି ମନ୍ତ୍ରୀ କହିଛନ୍ତି ଯେ, ଚୟନ କର୍ତ୍ତା ମାନଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି, ଯାହାକୁ ସରକାର ଗ୍ରହଣ କରିଛନ୍ତି । ଏହି ଚୟନ କମିଟିରେ ପାଞ୍ଚ ଜଣ ସଦସ୍ୟ ରହିଥିଲେ ।
1. ଶ୍ରୀମତୀ ଆଶା ଭୋସଲେ
2. ଶ୍ରୀ ମୋହନଲାଲ
3. ଶ୍ରୀ ବିଶ୍ୱଜିତ୍ ଚାଟାର୍ଜୀ
4. ଶ୍ରୀ ଶଙ୍କର ମହାଦେବନ୍
5. ଶ୍ରୀ ସୁଭାଷ ଘାଇ
ଶ୍ରୀ ରଜନୀକାନ୍ତଙ୍କ ସଫଳତା ବିଷୟରେ ମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ ପ୍ରଖ୍ୟାତ ଅଭିନେତା ଯିଏ କି ପଚାଶ ବର୍ଷରୁ ଅଧିକ ସମୟ ଧରି ଦେଶବାସୀଙ୍କୁ ମନୋରଞ୍ଜନ ପ୍ରଦାନ କରିଆସୁଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO