ନୂଆଦିଲ୍ଲୀ, ପରମପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗାଲୁଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପରମପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗାଲୁଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସମାଜ ସେବା ଏବଂ ଗରିବଙ୍କ କଲ୍ୟାଣ ପ୍ରତି ତାଙ୍କର ଅଗଣିତ ପ୍ରୟାସକୁ ସର୍ବଦା ସ୍ମରଣ କରାଯାଇଥାଏ । ତାଙ୍କର ଉତମ ଚିନ୍ତା ଓ ଆଦର୍ଶ ଦ୍ୱାରା ଆମେ ଗଭୀର ଭାବେ ଅନୁପ୍ରାଣିତ” ।