-
ସକଳ ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ ୧.୨୩,୯୦୨ କୋଟି ଟଙ୍କାରେ ପହଂଚିିଲା
ଅନରୂପ ଭାବେ ମାର୍ଚ୍ଚ ୨୦୨୧ରେ ଓଡ଼ିଶାରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ ୨୫% ବୃଦ୍ଧି ପାଇ ୩୨୮୫.୨୯ କୋଟି ଟଙ୍କାରେ ପହଂଚିଛି । ମାର୍ଚ୍ଚ ୨୦୨୦ରେ ଏହା ୨୬୩୨.୮୮ କୋଟି ଟଙ୍କା ଥିଲା ।
ସରକାର ନିୟମିତ ପରିଶୋଧ (ସେଟଲମେଂଟ) ଆକାରରେ ସିଜିଏସ୍ଟିରୁ ୨୧,୮୭୯ କୋଟି ଟଙ୍କା ଏବଂ ଆଇଜିଏସ୍ଟିରୁ ଏସ୍ଜିଏସ୍ଟି ଆକାରରେ ୧୭,୨୩୦ କୋଟି ଟଙ୍କା ପରିଶୋଧ କରିଛନ୍ତି । ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡିକ ମଧ୍ୟରେ ୫୦:୫୦ ହାରରେ ଆଇଜିଏସ୍ଟି ପରିଶୋଧ ଆକାରରେ କେନ୍ଦ୍ର ସରକାର ୨୮,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୦୨୧ରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ମୋଟ ରାଜସ୍ୱ ପରିମାଣ- ସିଜିଏସ୍ଟି ୫୮,୮୫୨ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି ୬୦,୫୫୯ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୧ରେ ୩୦,୦୦୦ କୋଟି ଟଙ୍କାର କ୍ଷତିପୂରଣ ଜାରି କରିଛନ୍ତି ।
ଜିଏସ୍ଟି ଲାଗୁ ହେବା ପରଠାରୁ ମାର୍ଚ୍ଚ ୨୦୨୧ରେ ସର୍ବାଧିକ ପରିମାଣର ଜିଏସ୍ଟି ରାଜସ୍ୱ ସଂଗୃହୀତ ହୋଇଛି । ମାର୍ଚ୍ଚ ୨୦୨୧ରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ମାସ ତୁଳନାରେ ୨୭ ପ୍ରତିଶତ ଅଧିକ ରହିଛି । ବିଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ମାସ ସାମଗ୍ରୀ ଆମଦାନୀ ଉପରେ ମିଳୁଥିବା ରାଜସ୍ୱ ପରିମାଣ ୭୦ ପ୍ରତିଣତ ଅଧିକ ରହିଛି । ସେହିପରି ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ପ୍ରାପ୍ତ ରାଜସ୍ୱ ୧୭ ପ୍ରତିଶତରୁ ଅଧିକ ରହିଛି । ଚଳିତ ଆର୍ôଥକ ବର୍ଷର ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ତ୍ରୈମାସରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ଅବଧି ତୁଳନାରେ ଯଥାକ୍ରମେ (-) ୪୧%, (-)୮%, ୮% ଏବଂ ୧୪ % ବୃଦ୍ଧି ପରିଲକ୍ଷିତ ହେଉଛି । ଏହା ସ୍ପଷ୍ଟ ଭାବେ ଜିଏସ୍ଟି ରାଜସ୍ୱ ସଂଗ୍ରହ ଏବଂ ସାମଗ୍ରୀକ ଭାବେ ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ ଦେଉଛି ।
ବିଗତ ୬ ମାସ ଧରି ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ ୧ ଲକ୍ଷ କୋଟି ଟଙ୍କାକୁ ଟପି ଏବଂ ଏଥିରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହେବା ମହାମାରୀ ପରେ ଆର୍ôଥକ ସୁଧାର ସମ୍ପର୍କରେ ସ୍ପଷ୍ଟ ସଙ୍କେତ ଦେଉଛି । ଏହାଛଡା ନକଲି ବିଲିଂ ଉପରେ ସତର୍କ ଦୃଷ୍ଟି ଦେବା, ଜିଏସ୍ଟି, ଆୟକର, ସୀମାଶୁଳ୍କ ଆଇଟି ବ୍ୟବସ୍ଥା ବିଭିନ୍ନ ଉତ୍ସରୁ ତଥ୍ୟର ବିଶ୍ଳେଷଣ ଏବଂ ପ୍ରଭାବୀ ଟିକସ ପ୍ରଶାସନ ଯୋଗୁଁ ଜିଏସ୍ଟି ରାଜସ୍ୱ ସଂଗ୍ରହ ନିୟମିତ ଭାବେ ବୃଦ୍ଧି ପାଉଛି ।