-
ଦେଶବ୍ୟାପୀ ୬.୧ କୋଟି ଡୋଜ୍ ଟିକା ଦିଆଯାଇଛି

ନୂଆଦିଲ୍ଲୀ, ଛଅଟି ରାଜ୍ୟ: ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ କରୋନା ମାମଲାରୁ ୭୮.୫୬% ମାମଲା ଚିହ୍ନଟ ହୋଇଛି ଛଅଟି ରାଜ୍ୟରୁ ।ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୬,୨୧୧ ନୂଆ କରୋନା ମାମଲା ଚିହ୍ନଟ କରାଯାଇଛି ।ମହାରାଷ୍ଟ୍ରରେ ଗେଟିଏ ଦିନରେ ସର୍ବାଧିକ ୩୧,୬୪୩ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ପଞ୍ଜାବରେ ୨୮୬୮ ଏବଂ କର୍ଣ୍ଣାଟକରେ ୨୭୯୨ ମାମଲା ଚିହ୍ନଟ କରାଯାଇଛି ।ଭାରତରେ ମୋଟ କରୋନା ସକ୍ରିୟ ମାମଲା ଆଜି ୫,୪୦,୭୨୦ରେ ପହଞ୍ଚିଛି । ଭାରତରେ ଏବେ ମୋଟ ପଜିଟିଭ୍ ମାମଲାର ୪.୪୭% ରହିଛି ସକ୍ରିୟ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲାରେ ସିଧାସଳଖ ୧୮,୯୧୨ ମାମଲା ବୃଦ୍ଧି ପାଇଛି ।ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ଼ରେ ଦେଶର ମୋଟ ସକ୍ରିୟ ମାମଲାର ୭୯.୬୪% ସକ୍ରିୟ ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୬୨% ସକ୍ରିୟ ମାମଲା ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO